ନବରଙ୍ଗପୁର: ପାପଡ଼ାହାଣ୍ଡିର ପ୍ରସିଦ୍ଧ ମା' ବୁଢ଼ୀ ଠାକୁରାଣୀଙ୍କ ଘଟଯାତ୍ରା ସୋମବାର ଠାରୁ ଆରମ୍ଭ ହୋଇଛି । ଜିଲ୍ଲାରେ ଚୈତ୍ର ମାସରେ ସବୁଆଡ଼େ ଠାକୁରାଣୀ ଯାତ୍ରା ହେଉଥିବା ବେଳେ ପାପଡ଼ାହାଣ୍ଡିରେ ଜ୍ୟୋଷ୍ଠ ମାସରେ ଠାକୁରାଣୀ ଯାତ୍ରା ହୋଇଥାଏ । ଗତ ସୋମବାର ଦିନ ଠାରୁ ବାଦ୍ୟନୃତ୍ୟର ତାଳେ ତାଳେ ମା'ଙ୍କର ତିନୋଟି ଘଟ ମୁଖ୍ୟ ପୀଠରୁ ବାହାରି ଗ୍ରାମ ପରିକ୍ରମା ଲାଗି ବାହାରିଥିଲା ।
ନବରଙ୍ଗପୁର ବୁଢ଼ୀ ଠାକୁରାଣୀ ଯାତ୍ରା: ବୁଲି ବୁଲି ପୂଜା ପାଇଲା ମା'ଙ୍କ ଘଟ - ନବରଙ୍ଗପୁର ବୁଢ଼ୀ ଠାକୁରାଣୀ ଯାତ୍ରା
ନବରଙ୍ଗପୁର ପ୍ରସିଦ୍ଧ ମା' ବୁଢ଼ୀ ଠାକୁରାଣୀଙ୍କ ଘଟଯାତ୍ରାର ରବିବାର ଥିଲା ସପ୍ତମ ଦିନ । ତଣ୍ଡାଗୁଡା ଗ୍ରାମରେ ଘରେ ଘରେ ଯାଇ ପୂଜା ପାଇଛନ୍ତି ମା' ଠାକୁରାଣୀ । ଆସନ୍ତା ମଙ୍ଗଳବାର ମାଝିଗୁଡ଼ାରେ ହେବ ଘଟ ଉଦଯାପନ । ଅଧିକ ପଢ଼ନ୍ତୁ
ଏହି ଘଟ ବିଭିନ୍ନ ଗ୍ରାମ ପରିକ୍ରମା କରି ୯ ଦିନ ପର୍ଯ୍ୟନ୍ତ ପୂଜା ପାଇବେ । ତେବେ ରବିବାର ସପ୍ତମ ଦିନରେ ତଣ୍ଡାଗୁଡା ଗ୍ରାମର ଶିରା ଘରେ ପ୍ରଥମେ ପୂଜା ପାଇବା ପରେ ଗ୍ରାମବାସୀଙ୍କ ଘରେ ଘରେ ଯାଇ ପୂଜା ପାଇଛନ୍ତି ମା' ଠାକୁରାଣୀ । ମା'ଙ୍କ ଘଟକୁ ସ୍ଥାନୀୟ ଲୋକେ ଧୂପ, ଦୀପ, ନଡ଼ିଆ, ଫୁଲମାଳ ଓ ପଣାପାଣି ଦେଇ ପୂଜାର୍ଚ୍ଚନା କରିଛନ୍ତି । ସନ୍ଧ୍ୟାରେ ଫେରିବା ସମୟରେ ମହିଳାମାନେ ଢେମସା ନାଚ କରି ଠାକୁରାଣୀଙ୍କୁ ପାଛୋଟି ନେଇଛନ୍ତି । ବିଭିନ୍ନ ଅଞ୍ଚଳର ଲାଠି, ଗାଦି ଓ କୁରଚୀ ଆଦିର ସମାଗମ ହେବା ସହିତ ଆସନ୍ତା ମଙ୍ଗଳବାର ମାଝିଗୁଡ଼ାରେ ଘଟଯାତ୍ରା ଉଦଯାପିତ ହେବ । ତେବେ ଏହି ଅବସରରେ ଲୋକଙ୍କ ମନୋରଞ୍ଜନ ନିମନ୍ତେ ରାତିରେ ଦେଶିଆ ନାଟକ ପରିବେଷଣ ହେବାର କାର୍ଯ୍ୟକ୍ରମ ରହିଛି ।
ଇଟିଭି ଭାରତ, ନବରଙ୍ଗପୁର