ନବରଙ୍ଗପୁର: ରାଜ୍ୟରେ କୋରୋନା ମହାମାରୀ ବିଶାଳ ରୂପ ନେଉଛି । ପ୍ରତିଦିନ ନୂଆ ମାମଲା ସାମ୍ନାକୁ ଆସୁଛି । ସେହିପରି ନବରଙ୍ଗପୁର ଜିଲ୍ଲାରେ ମଧ୍ଯ ନୂଆ ମାମଲା ସଂଖ୍ୟା ଧିରେ ଧିରେ ବଢିବାରେ ଲାଗିଛି । ଜିଲ୍ଲାରେ ରବିବାର 71 ଜଣ ସର୍ବାଧିକ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି l
ନବରଙ୍ଗପୁରରୁ ସର୍ବାଧିକ 71 ନୂଆ ପଜିଟିଭ ଚିହ୍ନଟ - ନବରଙ୍ଗପୁର କୋରୋନା ଅପଡେଟ୍
ନବରଙ୍ଗପୁର ଜିଲ୍ଲାରେ ମଧ୍ଯ ନୂଆ ମାମଲା ସଂଖ୍ୟା ଧିରେ ଧିରେ ବଢିବାରେ ଲାଗିଛି । ଜିଲ୍ଲାରେ ରବିବାର 71 ଜଣ ସର୍ବାଧିକ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି l ଅଧିକ ପଢନ୍ତୁ...
ନବରଙ୍ଗପୁରରୁ ସର୍ବାଧିକ 71 ନୂଆ ପଜିଟିଭ ଚିହ୍ନଟ
ଜିଲ୍ଲାରେ ମୋଟ 2 ଲକ୍ଷ 19 ହଜାର 936 ଜଣଙ୍କର ସ୍ୱାବ ସଂଗ୍ରହ କରାଯାଇ କୋରୋନା ପରୀକ୍ଷଣ କରାଯାଇଥିବା ବେଳେ ସେଥିମଧ୍ୟରୁ 6154 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ଜିଲ୍ଲାରେ 5839 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟପଟେ ଛତିଶଗଡ଼ ସୀମାରେ ଥିବା ସବୁ ଗ୍ରାମରେ କୋରୋନା ସଂକ୍ରମିତ ଲୋକଙ୍କର ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି । ଏଣୁ ଓଡ଼ିଶା ଛତିଶଗଡ଼ ସୀମାକୁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଭାବରେ ସିଲ୍ କରିଦେବା ସହ ଯାଞ୍ଚ ଓ କଟକଣାକୁ କଡ଼ାକଡି କରିଛନ୍ତି।
ନବରଙ୍ଗପୁରରୁ ତପନ କୁମାର ବିଶୋୟୀ, ଇଟିଭି ଭାରତ