ଓଡିଶା

odisha

ETV Bharat / state

ପେଟ ପାଇଁ ସଂଘର୍ଷ, ଗର୍ଭବତୀ ଏବେ ଦିନ ମଜୁରିଆ

ଗର୍ଭବତୀ ହୋଇ ବି ଦିନ ମଜୁରିଆ ସାଜିଛନ୍ତି ନବରଙ୍ଗପୁର ଡାବୁଗାଁର ଆଦିବାସୀ ମହିଳା ରାମବତୀ ଶବର । ଦାଦନ ଖଟିବାକୁ ଯାଇଥିବା ସ୍ବାମୀ ସୁନା ଶବରଙ୍କ ଖୋଜଖବର ମିଳୁନି । ଏନେଇ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

By

Published : May 16, 2019, 11:59 PM IST

Updated : May 18, 2019, 11:53 AM IST

ନବରଙ୍ଗପୁର: ପେଟରେ ସାତ ମାସର ଗର୍ଭ । ସାଙ୍ଗରେ 4ଟି ଛୁଆ । ଦାଦନ ଖଟିବାକୁ ଯାଇ ସ୍ବାମୀ ବାହାରେ । ଆର୍ଥିକ ଅନଟନ ଯୋଗୁଁ ରାସନ କାର୍ଡ ବନ୍ଧା ପଡିଛି । ଶେଷରେ କୁଟୁମ୍ବ ପୋଷିବାକୁ ସାତ ମାସର ଗର୍ଭବତୀ ହୋଇ ବି ଦିନ ମଜୁରିଆ ସାଜିଛନ୍ତି ନବରଙ୍ଗପୁର ଡାବୁଗାଁର ଏହି ଆଦିବାସୀ ମହିଳା । ନାଁ ରାମବତୀ ଶବର । ଦୁଇ ଓଳି ଦୁଇମୁଠା ଖାଇବାକୁ କରୁଛନ୍ତି ଏପରି ସଙ୍ଘର୍ଷ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ଦାଦନ ଖଟିବାକୁ ଯାଇଥିବା ସ୍ବାମୀ ସୁନା ଶବରଙ୍କ ଖୋଜଖବର ମିଳୁନି । ଦୀର୍ଘ 4 ମାସ ହେଲା ସ୍ବାମୀଙ୍କ ଆସିବା ବାଟକୁ ଅନାଇ ବସିଛନ୍ତି ରାମବତୀ । ଫେରାଇ ଆଣିବା ପାଇଁ ପ୍ରଶାସନ ପାଖରେ କରୁଛନ୍ତି ଆକୁଳ ନିବେଦନ । ଅନ୍ୟପଟେ ଏନେଇ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ ।

ଚାଲିଛି ଭାଗ୍ୟ ଓ ଭବିଷ୍ୟତର ଲୁଚକାଳି ଖେଳ । ଚାରି ପିଲାଙ୍କ ଭବିଷ୍ୟତ ଏବଂ ପେଟରେ ଥିବା ଛୁଆର ଚିନ୍ତାରେ ଜୀବନ ଜୀଉଛନ୍ତି ରାମବତୀ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : May 18, 2019, 11:53 AM IST

ABOUT THE AUTHOR

...view details