ଓଡିଶା

odisha

ଖେଳପଡିଆକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, 6 ମହିଳା ଗୁରୁତର

By

Published : Oct 5, 2019, 6:21 AM IST

ନବରଙ୍ଗପୁର ଉମରକୋଟ ବ୍ଲକ ଅନ୍ତର୍ଗତ ସୁନାବେଡା ଗ୍ରାମ ପଞ୍ଚାୟତରେ ଅଘଟଣ । ଖେଳପଡିଆକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇ 6 ମହିଳା ଗୁରୁତର ।

ଖେଳପଡିଆକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

ନବରଙ୍ଗପୁର: ଉମରକୋଟ ବ୍ଲକ ଅନ୍ତର୍ଗତ ସୁନାବେଡା ଗ୍ରାମ ପଞ୍ଚାୟତରେ ଘଟିଛି ଏକ ଅଭାବନୀୟ ଘଟଣା । ଏକ ଖେଳପଡିଆକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ । ଉଭଯ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇ 6 ମହିଳା ଗୁରୁତର ହୋଇ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ।

ଖେଳପଡିଆକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ


ପ୍ରକାଶ ଥାଉକି ସୁନାବେଡା ପଞ୍ଚାୟତ ଅନ୍ତର୍ଗତ ଏକ ଖେଳ ପଡିଆକୁ ନେଇ ଉକ୍ତ ପଞ୍ଚାୟତର ସାହେବଗୁଡା, ମାଟିଗୁଡା, କୁଟିଆରିଗୁଡା ଓ ପୁଟୁଗୁଡା ମଧ୍ୟରେ ବହୁଦିନ ଧରି ବିବାଦ ଲାଗି ରହିଥିଲା । ଗୁରୁବାର ଉକ୍ତ ଖେଳ ପଡିଆରେ ଫୁଟବଲ ଖେଳ ଚାଲିଥିବା ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ହୋଇ ସଂଘର୍ଷର ରୂପ ନେଇଥିଲା ।


ସଂଘର୍ଷରେ ପୁଟୁଗୁଡା ଗ୍ରାମର 6 ମହିଳା ଗୁରୁତର ଆହତ ହୋଇଥିବା ଜଣାପଡିଛି । ସେମାନଙ୍କୁ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଥିବା ସୂଚନା ମିଳିଛି । ସେପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।


ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details