ଓଡିଶା

odisha

ETV Bharat / state

ବିଷାକ୍ତ ଛତୁ ଖାଇ ଦୁଇ ପରିବାରର 6 ଅସୁସ୍ଥ

ବିଷାକ୍ତ ଛତୁ ଖାଇ ଦୁଇଟି ପରିବାରର ଛଅ ଜଣ ଅସୁସ୍ଥ ହୋଇଛନ୍ତି । ଅସୁସ୍ଥମାନେ ସଦର ବ୍ଲକ ଅନ୍ତର୍ଗତ ମନ୍ତ୍ରୀଗୁଡା ପଞ୍ଚାୟତ ଶରଣପୁର ଗ୍ରାମର ହୋଇଥିବା ଜଣା ପଡିଛି ।

By

Published : Jul 10, 2019, 5:14 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ବିଷାକ୍ତ ଛତୁ ଖାଇ ଦୁଇଟି ପରିବାରର ଛଅ ଜଣ ଅସୁସ୍ଥ ହୋଇଛନ୍ତି । ଅସୁସ୍ଥମାନେ ସଦର ବ୍ଲକ ଅନ୍ତର୍ଗତ ମନ୍ତ୍ରୀଗୁଡା ପଞ୍ଚାୟତ ଶରଣପୁର ଗ୍ରାମର ହୋଇଥିବା ଜଣା ପଡିଛି । ତେବେ ଅସୁସ୍ଥମାନଙ୍କୁ ତୁରନ୍ତ ନିକଟସ୍ଥ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ସୂଚନା ଅନୁଯାୟୀ ଅସୁସ୍ଥଙ୍କ ମଧ୍ୟରେ 3 ଜଣ ପୁରୁଷ, 2 ଜଣ ମହିଳା ଓ ଜଣେ ଶିଶୁ ଅଛନ୍ତି । ଘଟଣାକ୍ରମେ ସକାଳେ ସମ୍ପୃକ୍ତ ଗ୍ରାମବାସୀମାନେ ବାଡ଼ିରେ ଫୁଟିଥିବା ଛତୁକୁ ଆଣି ଖାଇବା ପରେ ହଠାତ୍‌ ଅସୁସ୍ଥ ହୋଇ ପଡିଥିଲେ । ସେମାନେ ପେଟରେ ଯନ୍ତ୍ରଣା ଅନୁଭବ କରିବା ସହ ଝାଡା ବାନ୍ତି ହୋଇ ଅସୁସ୍ଥ ହୋଇପଡିଥିଲେ । ତେଣୁ ସେମାନଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ ହୋଇଛ ।

ଅସୁସ୍ଥଙ୍କ ଚିକିତ୍ସା ଜାରି ରହିଥିବା ବେଳେ ବର୍ତ୍ତମାନ କିଛି ଜଣ ସୁସ୍ଥ ଥିବା ଡାକ୍ତର ସୂଚନା ଦେଇଛନ୍ତି । ତେବେ ଅସୁସ୍ଥମାନେ ହେଉଛନ୍ତି ଅମାନତ୍ୟ ଭତ୍ରା, ଭବାନୀ ଭତ୍ରା, ଲକ୍ଷ୍ମୀ ଭତ୍ରା, ସମବାରୁ ଭତ୍ରା, ଲକୀ ଭତ୍ରା ଓ ପ୍ରୀତମ ଭତ୍ରା ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details