ଓଡିଶା

odisha

ETV Bharat / state

6 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ; 2 ଅଭିଯୁକ୍ତ ଗିରଫ

ଶୁକ୍ରବାର ନବରଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ ଏକ ଗଞ୍ଜେଇ ବୋଝେଇ ଟ୍ରାକ୍ଟର ଜବତ ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଅଧିକ ଖବର ପଢନ୍ତୁ...

By

Published : Dec 6, 2019, 3:17 PM IST

ganza seized
ଫଟୋ ସୌଜନ୍ୟ:ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ଗଞ୍ଜେଇ ବୋଝେଇ ଟ୍ରାକ୍ଟର ଜବତ କଲା ନବରଙ୍ଗପୁର ଅବକାରୀ ବିଭାଗ । ଶୁକ୍ରବାର ଜିଲ୍ଲାର ଅବକାରୀ ବିଭାଗ ପକ୍ଷରୁ ଏକ ଗଞ୍ଜେଇ ବୋଝେଇ ଟ୍ରାକ୍ଟର ଜବତ କରାଯାଇଛି । ଏଥିସହ ସେଥିରୁ 1 କ୍ବିଣ୍ଟାଲ 20 କିଲୋଗ୍ରାମର ଗଞ୍ଜେଇ ଜବତ କରାଯାଇଛି ।

ସୂଚନା ଅନୁଯାୟୀ, ବେଆଇନ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଶୁକ୍ରବାର ଅବକାରୀ ବିଭାଗ ଖବର ପାଇଥିଲା । ଯାହାଫଳରେ ମାଲକାନଗିରିରୁ କଳାହାଣ୍ଡି ଜିଲ୍ଲାକୁ ଯାଉଥିବା ଏକ ଟ୍ରାକ୍ଟରକୁ ନବରଙ୍ଗପୁର ଇନ୍ଦ୍ରାବତୀ ବ୍ରିଜ ନିକଟରେ ଅବକାରୀ ବିଭାଗ ଅଟକାଇଥିଲା ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ନବରଙ୍ଗପୁର

ଏହାପରେ ଟ୍ରାକ୍ଟଟର ଯାଞ୍ଚ ପରେ ଜଣାପଡିଥିଲା ଯେ ଟ୍ରାକ୍ଟର ଟ୍ରଲି ତଳେ ଏକ ସିକ୍ରେଟ ଚାମ୍ବରରେ ୨୪ ପ୍ୟାକେଟ ଗଞ୍ଜେଇ ଥିଲା । ଯେଉଁଥିରେ ୧ କ୍ୱିଣ୍ଟାଲ ୨୦ କିଲୋ ଗଞ୍ଜେଇ ରହିଥିଲା । ତେବେ ଏହି ଘଟଣାରେ ଟ୍ରାକ୍ଟର ଡ୍ରାଇଭର ସହ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଅବକାରୀ ବିଭାଗ ଗିରଫ କରିଛି । ତେବେ ଅବକାରୀ ବିଭାଗର ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରୁ କଳାହାଣ୍ଡିର ଆମପାଣିକୁ ଏହି ଟ୍ରାକ୍ଟର ଯାଉଥିଲା । ଆମପାଣିର ଏକ ବ୍ୟକ୍ତି ଏହି ଗଞ୍ଜେଇକୁ ତାଙ୍କ ଗାଡ଼ିରେ ଯୋଜନା ଥିଲା । ତେବେ ଆମପାଣିର କେଉଁ ବ୍ୟକ୍ତି ଏହି ଗଞ୍ଜେଇ ନେବାର ଥିଲା ସେ ବିଷୟରେ ଗିରଫ ହୋଇଥିବା ଅଭିଯୁକ୍ତମାନେ ସ୍ପଷ୍ଟ ସୂଚନା ଦେଇପାରୁନଥିବା ଅବକାରୀ ଅଧିକ୍ଷକ ସୂଚନା ଦେଇଛନ୍ତି । ତେବେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଅବକାରୀ ଅଧିକ୍ଷକ କହିଛନ୍ତି।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details