ନବରଙ୍ଗପୁର: ଜିଲ୍ଲାରେ କୋରୋନା ମହାମାରୀର ଦ୍ବିତୀୟ ଲହର ଥମିବାରେ ଲାଗିଥିବା ବେଳେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି l ଶନିବାର ଦିନ ଜିଲ୍ଲାରେ 60 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି 57 ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l
ରବିବାର ଚିହ୍ନଟ 57 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଝରିଗାଁ ବ୍ଲକରୁ 14 ଜଣ ଚିହ୍ନଟ ହୋଇଥିବା ବେଳେ ରାଇଘର ବ୍ଲକରୁ 8 ଜଣ, ଉମରକୋଟ ବ୍ଲକରୁ 7 ଜଣ, ନନ୍ଦାହାଣ୍ଡି ବ୍ଲକରୁ 6 ଜଣ, ନବରଙ୍ଗପୁର ପୌରାଞ୍ଚଳ ଓ କୋଷାଗୁମୁଡା ଏବଂ ତେନ୍ତୁଳିଖୁଣ୍ଟି ବ୍ଲକରୁ 4 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ଚନ୍ଦାହାଣ୍ଡି ଓ ପାପଡାହାଣ୍ଡି ବ୍ଲକରୁ 3 ଜଣ ଲେଖାଏ, ନବରଙ୍ଗପୁର ବ୍ଲକରୁ 2 ଜଣ, ଉମରକୋଟ ପୌରାଞ୍ଚଳ ଏବଂ ଡାବୁଗାଁ ବ୍ଲକରୁ ଜଣେ ଲେଖାଏଁ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l