ନବରଙ୍ଗପୁର:ଉମରକୋଟ ବନ ବିଭାଗ ପକ୍ଷରୁ ୫୨ ଜୀବନ୍ତ କଇଁଛ ଜବତ ହୋଇଛି । ଏହି ଘଟଣାରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ରାଇଘର ବ୍ଲକ ଅଧୀନ କୁମୁଲି ଗ୍ରାମର ରୁହିଦାସ ବନିକ ଓ ପରମାନନ୍ଦ ବାଓଲି ୫୨ଟି କଇଁଛ ଧରି ସରଗୁଲିକୁ ବିକ୍ରି କରିବାକୁ ଯାଉଥିଲେ । ଉମରକୋଟ ବନ ବିଭାଗ କୌଣସି ସୂତ୍ରରୁ ଖବରପାଇ ସେମାନଙ୍କୁ ଅଟକାଇ କଇଁଛଙ୍କୁ ଉଦ୍ଧାର କରିଛି । ଏ ସମ୍ପର୍କରେ ଜିଲ୍ଲା ବନାଧିକାରୀଙ୍କୁ ଅବଗତ କରାଯାଇଛି ।
ଉମରକୋଟ ବନ ବିଭାଗ ପକ୍ଷରୁ ୫୨ ଜୀବନ୍ତ କଇଁଛ ଜବତ, ୨ ଗିରଫ - ଉମରକୋଟ ବନ ବିଭାଗ ପକ୍ଷରୁ ୫୨ ଜୀବନ୍ତ କଇଁଛ ଜବତ
ଉମରକୋଟ ବନ ବିଭାଗ ପକ୍ଷରୁ ୫୨ ଜୀବନ୍ତ କଇଁଛ ଜବତ । ରାଇଘର ବ୍ଲକ ଅଧୀନ କୁମୁଲି ଗ୍ରାମର ରୁହିଦାସ ବନିକ ଓ ପରମାନନ୍ଦ ବାଓଲି ୫୨ଟି କଇଁଛ ଧରି ସରଗୁଲିକୁ ବିକ୍ରି କରିବାକୁ ଯାଉଥିଲେ । ଅଧିକ ପଢନ୍ତୁ
ଉମରକୋଟ ବନ ବିଭାଗ ପକ୍ଷରୁ ୫୨ ଜୀବନ୍ତ କଇଁଛ ଜବତ, ୨ ଜଣ ଗିରଫ
ଜିଲ୍ଲା ବନାଧିକାରୀଙ୍କ ନିର୍ଦ୍ଦେଶ ପରେ କଇଁଛଗୁଡ଼ିକୁ କୌଣସି ଏକ ଜଳାଶୟରେ ଛଡ଼ାଯିବ ଅଟକ ରୁହିଦାସ ଏବଂ ପରମାନନ୍ଦଙ୍କୁ ମଙ୍ଗଳବାର ଗିରଫ ପରେ କୋର୍ଟ ଚାଲାଣ କରାଯିବ ବୋଲି ଉମରକୋଟ ବନାଞ୍ଚଳ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି । ଏହି ଚଢ଼ାଉରେ ହିଂସ୍ର ଜନ୍ତୁ ଉଦ୍ଧାରକାରୀ ଦଳ ମୁଖ୍ୟ ବନରକ୍ଷୀ ଏ . ମନୋଜ କୁମାର , ବନପାଳ ହରିହର ବ୍ରହ୍ମା , ସୁଧୀର ପଟ୍ଟନାୟକ , ସୁକଲାଲ ଗଣ୍ଡ , ଗଣେଶରାଜ ଗଣ୍ଡ , ପାରା ଷ୍ଟାଫ କୃଷ୍ଣ ଚାଲାଣ , ପୂର୍ଣ୍ଣ ହରିଜନ ଓ ସନ୍ତୁ ଭତ୍ରା ପ୍ରମୁଖ ଆଦି ଉପସ୍ଥିତ ଥିଲେ।