ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଶନିବାର ଜିଲାରେ ପୁଣି 50 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା 50 ଆକ୍ରାନ୍ତଙ୍କ ମଧ୍ୟରେ ଚନ୍ଦାହାଣ୍ଡି ବ୍ଲକରୁ ସର୍ବାଧିକ 32 ଜଣ ଥିବାବେଳେ ତେନ୍ତୁଳିଖୁଣ୍ଟି ବ୍ଲକରୁ 6 ଜଣ, ଉମରକୋଟ ପୌରାଞ୍ଚଳରୁ 3 ଜଣ, ଉମରକୋଟ, ପାପଡାହାଣ୍ଡି, ରାଇଘର ବ୍ଲକରୁ 2 ଜଣ ଲେଖାଏଁ ଏବଂ ନବରଙ୍ଗପୁର ପୌରାଞ୍ଚଳରୁ ଓ ଝରିଗାଁ, କୋଷାଗୁମୁଡା ବ୍ଲକରୁ ଜଣେ ଲେଖାଏଁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ନବରଙ୍ଗପୁରରୁ ୫୦ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ - 50 new possitive found in nabarangapur
ନବରଙ୍ଗପୁର ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଶନିିବାର ଜିଲାରେ ପୁଣି ଚିହ୍ନଟ ହୋଇଛନ୍ତି 50 ଜଣ ନୂଆ ଆକ୍ରାନ୍ତ । ଅଧିକ ପଢନ୍ତୁ ..........

ନବରଙ୍ଗପୁରରୁ ୫୦ ନୂଆ ଆକ୍ରାନ୍ତ ଚିହ୍ନଟ
ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିବା ପରେ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି l ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ 78,323 ଜଣଙ୍କର କୋଭିଡ ପରୀକ୍ଷା କରଯାଇ ଥିବାବେଳେ 4,720 ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି l ମୋଟ ପଜିଟିଭ୍ ଙ୍କ ମଧ୍ୟରୁ 4,191 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି l ଏବଂ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ 494 ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ସେମାନଙ୍କ ମଧ୍ୟରୁ 385 ଜଣ ହୋମ୍ ଆଇସୋଲେସନରେ ରହି ଚିକିତ୍ସାଧୀନ ହେଉଛନ୍ତି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟି, ଇଟିଭି ଭାରତ