ଓଡିଶା

odisha

ETV Bharat / state

ବିଜେଡି ଦୁର୍ଗରେ ବିଜେପିର ଅନୁପ୍ରବେଶ, ପଦ୍ମ ପୋଖରୀରେ ପାଦ ଦେଲେ 428 ବିଜେଡି କର୍ମୀ - ବିଜେପିର ମିଶ୍ରଣ ପର୍ବ

ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକର କୁହୁଡି ଗ୍ରାମଠାରେ ଭାରତୀୟ ଜନତା ପାର୍ଟି ତରଫରୁ ଏକ ବିରାଟ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା । ଯେଉଁଥିରେ 428 ଜଣ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ...

ବିଜେଡି ଦୁର୍ଗରେ ବିଜେପିର ଅନୁପ୍ରବେଶ, 428 ଜଣ ବିଜେଡି ଛାଡି ବିଜେପିରେ ସାମିଲ
ବିଜେଡି ଦୁର୍ଗରେ ବିଜେପିର ଅନୁପ୍ରବେଶ, 428 ଜଣ ବିଜେଡି ଛାଡି ବିଜେପିରେ ସାମିଲ

By

Published : Aug 24, 2021, 9:06 AM IST

ନବରଙ୍ଗପୁର: ଚନ୍ଦାହାଣ୍ଡି ବ୍ଲକର କୁହୁଡି ଗ୍ରାମ ଠାରେ ଭାରତୀୟ ଜନତା ପାର୍ଟି ତରଫରୁ ଏକ ବିରାଟ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା l ମାଲଗାଁ ମଣ୍ଡଳ ସଭାପତି ଡମ୍ବରୁ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ରାଜ୍ୟ ଆଦିବାସୀ ମୋର୍ଚ୍ଚା ସଭାପତି ନିତ୍ୟାନନ୍ଦ ଗଣ୍ଡ, ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ଶ୍ୟାମ ସୁନ୍ଦର ମାଝୀ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଚନ୍ଦ୍ରଭାନୁ ନାୟକ ପ୍ରମୁଖ ଉପସ୍ଥିତ ଥିବା ବେଳେ ଚନ୍ଦାହାଣ୍ଡି ମଣ୍ଡଳ ସଭାପତି ପ୍ରତାପ ବାଘ ମଞ୍ଚ ପରିଚାଳନା କରିଥିଲେ l

ବିଜେଡି ଦୁର୍ଗରେ ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟି ପ୍ରବେଶ କରି ଜନସାଧାରଣଙ୍କ ମନ ଜିଣିବାରେ ସଫଳ ହୋଇ ଗଡ଼ ଭାଙ୍ଗିଥିବା ଜଣାପଡିଛି l ବ୍ଲକରୁ ପ୍ରତିନିଧିତ୍ବ କରୁଥିବା ସାଂସଦ ଓ ବିଧାୟକଙ୍କ ଛତ୍ରଛାୟା ତଳେ ରହି ଦଳୀୟ କର୍ମୀ ପ୍ରଧାନମନ୍ତ୍ରୀ ଆବାସ, ମନରେଗା ଯୋଜନା, ଶୌଚାଳୟ ଦୁର୍ନୀତିରେ ସାମିଲ ଥିବା ବିଧାୟକ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି l ମୋଦି ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମକୁ ରାଜ୍ୟ ସରକାର ହlଇଜାକ କରି ନିଜ ନାମରେ ନାମିତ କରୁଥିବା ବେଳେ, ବ୍ଲକର ବହୁତ ଗରିବ ହିତାଧିକାରୀ ମାଗଣା ରାସନ, ପ୍ରଧାନମନ୍ତ୍ରୀ ଆବାସ ପାଉନଥିବା ମୁଖ୍ୟ ଅତିଥି ପର୍ଶୁରାମ ମାଝୀ କହିଛନ୍ତି l ବିଜେଡି ସରକାର 20 ବର୍ଷରୁ ଉର୍ଦ୍ଧ ହେବ କ୍ଷମତାରେ ଅଛନ୍ତି, ହେଲେ ତେଲନଦୀ ବନ୍ଧ ଯୋଜନା ଏଯାବତ କାର୍ଯକାରୀ କରିପାରୁନଥିବା ମୁଖ୍ୟ ଅତିଥି କହିଛନ୍ତି l

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କୁହୁଡି ପଞ୍ଚାୟତର 68 ଜଣ, ବେହେରାମୁଣ୍ଡା ପଞ୍ଚାୟତର ସାଲେଭଟା, ସାଲେବିଡି, ବୋବରିଆ, ଝାଲିଆପଡା ଆଦି ଗ୍ରାମର 360 ଜଣ, ଅର୍ଥାତ ମୋଟ 428 ଜଣ ମହିଳା ଓ ପୁରୁଷ ବିଜେଡି କର୍ମୀ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ l କାର୍ଯ୍ୟକ୍ରମରେ ମାଲଗାଁ ମଣ୍ଡଳ ସମ୍ପାଦକ ତ୍ରିଲୋଚନ ବେଶ୍ରା, ଗଗନେ ମାଝୀ, ଯାଦବ ବଗର୍ତି ପ୍ରମୁଖ ଯୋଗ ଦେଇଥିଲେ l

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details