ନବରଙ୍ଗପୁର: ବିସ୍କୁଟ ଖାଇ 40 ଛାତ୍ରୀ ଅସୁସ୍ଥ । ଏହି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଦଲବେଢ଼ା କନ୍ୟାଶ୍ରମରେ । ତେବେ ଅସୁସ୍ଥଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ବିସ୍କୁଟ ଖାଇ ୪୦ ଛାତ୍ରୀ ଅସୁସ୍ଥ
ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଦଲବେଢ଼ା କନ୍ୟାଶ୍ରମରେ ବିସ୍କୁଟ ଖାଇ 40 ଛାତ୍ରୀ ଅସୁସ୍ଥ ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
ଚନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ଦଲବେଢ଼ା କନ୍ୟାଶ୍ରମ କର୍ତ୍ତୃପକ୍ଷ ଆଜି ଅପରାହ୍ନରେ ବିଦ୍ୟାଳୟର ସମସ୍ତ ଛାତ୍ରୀଙ୍କୁ ଟିଫିନ୍ ପାଇଁ ବିସ୍କୁଟ ଦେଇଥିଲେ। ଉକ୍ତ ବିସ୍କୁଟ ଖାଇବା ପରେ ହଠାତ୍ ୪୦ ରୁ ଅଧିକ ଜଣ ଛାତ୍ରୀ ଝାଡ଼ା ଓ ମୁଣ୍ଡ ବୁଲାଇବାରୁ ଅସୁସ୍ଥ ହୋଇପଡ଼ିଲେ । ସେମାନଙ୍କୁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଥିବା ଜଣାପଡ଼ିଛି । ସମସ୍ତେ ବିପଦ ମୁକ୍ତ ଥିବା ସୂଚନା ମିଳିଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ