ଓଡିଶା

odisha

ETV Bharat / state

ଚଳନ୍ତା ବସରୁ ବାହାରିଗଲା ପଛ ଚକା - ଚଳନ୍ତା ବସରୁ ବାହାରି ଗଲା ଚକ

ନବରଙ୍ଗପୁରରେ ଅଳ୍ପକେ ବର୍ତ୍ତିଲେ ବସ ଯାତ୍ରୀ । ଚଳନ୍ତା ବସରୁ ବାହାରି ଗଲା ପଛ ଚକ । ଅଧିକ ପଢ଼ନ୍ତୁ...

ଚଳନ୍ତା ବସରୁ ବାହାରି ଗଲା ଚାରି ଚକ

By

Published : Oct 30, 2019, 12:37 PM IST

ନବରଙ୍ଗପୁର: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ମହେନ୍ଦ୍ରୀ ଛକ ନିକଟରେ ଏମଏସବି ନାମକ ଘୋରଇ ଯାତ୍ରୀବାହୀ ବସ ଚାଲୁଥିବା ସମୟରେ ଗାଡିର ଚାରୋଟି ଚକ ବାହାରି ବସରୁ ବିଛିନ୍ନ ହୋଇଯାଇଥିଲା ।

ଚଳନ୍ତା ବସରୁ ବାହାରି ଗଲା ଚାରି ଚକ

ଗାଡିଟି ଉମରକୋଟ ଠାରୁ ବାହାରି ନବରଙ୍ଗପୁର ଅଭିମୁଖେ ଯାଉଥିବା ବେଳେ 39 ନମ୍ବର ରାଜ୍ୟ ରାଜପଥ ଉପରେ ଗାଡିର ଚାରୋଟି ଚକ ବାହାରି ଯାଇ ବିଲ ଭିତରେ ପଡିଥିଲା । ଯାହାଫଳରେ ଗାଡିଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଚାଲିଯାଇଥିଲା । କିନ୍ତୁ ବସ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଗାଡିରେ ଥିବା ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଗାଡି ଭିତରୁ ବାହାରକୁ ଚାଲିଆସିଥିଲେ ।

ଚଳନ୍ତା ବସରୁ ବାହାରି ଗଲା ଚାରି ଚକ
ଚଳନ୍ତା ବସରୁ ବାହାରି ଗଲା ଚାରି ଚକ

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details