ନବରଙ୍ଗପୁର: ଜିଲ୍ଲାରେ ଦିନକୁ ଦିନ କୋରୋନା ପ୍ରକୋପ ବଢିବାରେ ଲାଗିଛି l ଜିଲ୍ଲାରେ ରବିବାର ଦିନ 13ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ମାଝୀଗୁଡା ଗ୍ରାମର 4 ଜଣ ପଜିଟିଭ ଚିହ୍ନଟ ହୋଇଥିଲେ l
ମାଝୀଗୁଡାରୁ 4 କୋରୋନା ପଜିଟିଭ ଚିହ୍ନଟ, ଗାଁ କଣ୍ଟେନମେଣ୍ଟ ଜୋନ ଘୋଷିତ - କୋରୋନା ଭାଇରସ ଖବର
କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ମାଝୀଗୁଡା ଗ୍ରାମକୁ ସମ୍ପୂର୍ଣ୍ଣ ସାନିଟାଇଜ କଲା ଅଗ୍ନିଶମ ବିଭାଗ । କୋରୋନା ପଜିଟିଭ ଚିହ୍ନଟ ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ପ୍ରଶାସନ । ଅଧିକ ପଢନ୍ତୁ...
ଚାରି କୋରୋନା ପଜିଟିଭ ଚିହ୍ନଟ ପରେ ମାଝୀଗୁଡାରେ ସାନିଟାଇଜ
ଚିହ୍ନଟ ଚାରି ଜଣକୁ ନବରଙ୍ଗପୁର ସ୍ଥିତ କୋଭିଡ ମେଡିକାଲରେ ସ୍ଥାନାନ୍ତର କରିବା ସହିତ ମାଝୀଗୁଡା ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି l ଆଜି ମାଝୀଗୁଡା ଗ୍ରାମରେ ପାପଡାହାଣ୍ଡି ଅଗ୍ନିଶମ ବାହିନୀ ପକ୍ଷରୁ ଗ୍ରାମକୁ ସାନିଟାଇଜ୍ କରାଯାଇଛି l
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ,ଇଟିଭି ଭାରତ