ନବରଙ୍ଗପୁର: ସହରରୁ ମାତ୍ର 5 କିମି ଦୂରରେ ଥିବା ଡେଙ୍ଗାଗୁଡାରେ ବେଆଇନ ଭାବରେ ଚାଲିଛି 4ଟି କ୍ରସର । ପ୍ରଶାସନର ଆଖି ଆଗରେ ବିନା ଲାଇସେନ୍ସରେ କ୍ରସର ଚାଲିଥିବାବେଳେ କୋଟିକୋଟି ଟଙ୍କାର ପଥର ଦିନ ଦ୍ଵିପହରରେ ହରିଲୁଟ କରି ମଫିଆ ହେଉଛନ୍ତି ମାଲାମାଲ । ଦିନେ କି ଦୁଇଦିନ ନୁହେଁ 6 ମାସ ହେଲା ବିନା କାଗଜ ପତ୍ରରେ ଏହି ବେଆଇନ କ୍ରସର ଚାଲିଥିବା ଅଭିଯୋଗ ହୋଇଥିଲେ ବି ଫଳଶୂନ ।
ସରକାର ରାଜସ୍ବ ହରାଇ ପଥର ଦଲାଲଙ୍କ ସହ ମଧୁଚନ୍ଦ୍ରିକା ସାଜି ଚୁପ ହୋଇ ବସି ପଡିଥିବାବେଳେ ଜିଲ୍ଲାରେ ଏବେ ପଥର ମାଫିଆ ବେଶ ସକ୍ରିୟ ଥିବା ଜଣାପଡିଛି । ରାତିରେ ପଥର ବ୍ଳାଷ୍ଟିଙ୍ଗ ହେଉଥିବା ବେଳେ ଦିନରେ କ୍ରସର ଚଳାଇ ପଥର ଚୋରାଚାଲାଣ ହେଉଥିବା ଅଭିଯୋଗ ହେଉଛି । କ୍ରସର ମାଲିକମାନେ ରହୁନଥିବା ବେଳେ ଶ୍ରମିକମାନେ ଏହି କ୍ରସର ଗୁଡିକୁ ପରିଚାଳନା କରୁଥିବା ଦେଖିବାକୁ ମିଳୁଛି। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ କ୍ରସର ଗୁଡିକ ସମ୍ପର୍କରେ ତହସିଲଦାର ଅବଗତ ଅଛନ୍ତି।