ଓଡିଶା

odisha

ETV Bharat / state

ନବରଙ୍ଗପୁରରେ 600 ଟପିଲା କୋରୋନା ସଂକ୍ରମଣ, ପୁଣି 37 ଚିହ୍ନଟ - ନବରଙ୍ଗପୁରରେ 600 ଟପିଲା କୋରୋନା ସଂକ୍ରମଣ

ନବରଙ୍ଗପୁର ଜିଲ୍ଲାରେ କୋରୋନାରେ ଲାଗୁନି ବ୍ରେକ୍ । କୋରୋନା ସଂକ୍ରମଣ ସଂଖ୍ୟା 600 ପାରି କଲା ନବରଙ୍ଗପୁର ଜିଲ୍ଲା । ଗୁରୁବାର ଜିଲ୍ଲାରୁ ପୁଣି ଚିହ୍ନଟ ହେଲେ ୩୭ କୋରୋନା ପଜିଟିଭ୍ ।

37 more corona positive in nabarangpur
ନବରଙ୍ଗପୁରରେ 600 ଟପିଲା କୋରୋନା ସଂକ୍ରମଣ

By

Published : Aug 20, 2020, 5:07 PM IST

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ କୋରୋନାରେ ଲାଗୁନି ବ୍ରେକ୍ । କୋରୋନା ସଂକ୍ରମଣ ସଂଖ୍ୟା 600 ପାରି କଲା ନବରଙ୍ଗପୁର ଜିଲ୍ଲା । ଗୁରୁବାର ଜିଲ୍ଲାରୁ ପୁଣି ଚିହ୍ନଟ ହେଲେ ୩୭ କୋରୋନା ପଜିଟିଭ୍ । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ସୂଚନା ପାଇବା ପରେ ଏନେଇ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ସୂଚନା ଦେଇଛନ୍ତି ।

ନବରଙ୍ଗପୁରରେ 600 ଟପିଲା କୋରୋନା ସଂକ୍ରମଣ

ଗୁରୁବାର ଚିହ୍ନଟ ହୋଇଥିବା ୩୭ ଜଣଙ୍କ ମଧ୍ୟରୁ ସର୍ବାଧିକ ଆକ୍ରାନ୍ତ ନବରଙ୍ଗପୁର ମ୍ୟୁନିସିପାଲିଟିରୁ ୧୧ ଜଣ, ନବରଙ୍ଗପୁରରୁ ଜଣେ, ଉମରକୋଟ ମ୍ୟୁନିସିପାଲିଟିର ୭ ଜଣ, ଉମରକୋଟ ବ୍ଲକରୁ ୪ ଜଣ, ନନ୍ଦାହାଣ୍ଡି ବ୍ଲକରୁ ୩ ଜଣ, ତେନ୍ତୁଳିଖୁଣ୍ଟି ବ୍ଲକରୁ ୮ ଜଣ, ପାପଡାହାଣ୍ଡି ବ୍ଲକରୁ ୩ ଜଣ ଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ।

ନବରଙ୍ଗପୁରରେ 600 ଟପିଲା କୋରୋନା ସଂକ୍ରମଣ

ଏହି ୩୭ ଜଣ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ୍ ପଜିଟିଭ୍ ସଂଖ୍ୟା ୬୬୪ରେ ପହଞ୍ଚିଥିବାବେଳେ ସେମାନଙ୍କ ମଧ୍ୟରୁ ୪୩୨ ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବାକି ୨୩୦ ଜଣ କୋରୋନା ପଜିଟିଭ୍ ଚିକିତ୍ସାଧୀନ ଅବସ୍ଥାରେ ରହିଥିବାବେଳେ ସେଥିମଧ୍ୟରୁ ୭୫ ଜଣ ଡାକ୍ତରଙ୍କ ପରାମର୍ଶ କ୍ରମେ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଥିବା ଜିଲ୍ଲାପାଳ କହିଛନ୍ତି । ଏଥିସହ ଜିଲ୍ଲାରେ ଜଣେ ମାତ୍ର କୋରୋନାରେ ମୃତ୍ୟୁବରଣ କରିଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details