ନବରଙ୍ଗପୁର: କୋରୋନା ମହାମାରୀର ଦ୍ବିତୀୟ ଲହରୀ ଏବେ ଦୃତ ଗତିରେ ବଢିବାରେ ଲାଗିଛି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଆଜି ପୁଣି ନବରଙ୍ଗପୁରରୁ 336 ଜଣ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାପଡିଛି।
ଜିଲ୍ଲାରେ ଲଗାତାର ଭାବେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଜିଲ୍ଲାର ଛତିଶଗଡ ସୀମାନ୍ତ ରାଇଘର, ଚନ୍ଦାହାଣ୍ଡି,ଝରିଗାଁ ଓ ଉମରକୋଟ ବ୍ଲକରେ ସଂକ୍ରମଣ ସ୍ଥିତି ଉଦବେଗଜନକ ରହିଛି। 4ଟି ବ୍ଲକ ଓ ଗୋଟିଏ ପୌରାଞ୍ଚଳରେ କୋରୋନା ସଂକ୍ରମଣ ହାର ଥମିବାର ନାଆଁ ଧରୁନାହିଁ । ରବିବାର ଚିହ୍ନଟ 336 ଜଣ ନୂଆ ସଂକ୍ରମିତଙ୍କୁ ମିଶାଇ ଜିଲ୍ଲାରେ 13 ହଜାରକୁ ଟପିଲା ନୂଆ ସଂକ୍ରମିତଙ୍କ ସଂଖ୍ୟା । ରବିବାର ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରେ ସର୍ବାଧିକ ଉମରକୋଟ ବ୍ଲକରୁ 56 ଜଣ, ରାଇଘର ବ୍ଲକରୁ 53 ଜଣ, ଚନ୍ଦାହାଣ୍ଡି ବ୍ଲକରୁ 41 ଜଣ, ଝରିଗାଁ ବ୍ଲକରୁ 34 ଜଣ, କୋଷଗୁମୁଡା ବ୍ଲକରୁ 28 ଜଣ,ନନ୍ଦାହାଣ୍ଡି ବ୍ଲକରୁ 26 ଜଣ, ଉମରକୋଟ ପୌରାଞ୍ଚଳରୁ 25 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଡାବୁଗାଁ ବ୍ଲକରୁ 18 ଜଣ, ତେନ୍ତୁଳିଖୁଣ୍ଟି ବ୍ଲକରୁ 16 ଜଣ, ନବରଙ୍ଗପୁର ପୌରାଞ୍ଚଳରୁ 15 ଜଣ, ପାପଡାହାଣ୍ଡି ବ୍ଲକରୁ 13 ଜଣ ଏବଂ ନବରଙ୍ଗପୁର ବ୍ଲକରୁ 11 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।