ନବରଙ୍ଗପୁର: କୋରୋନା ସଂକ୍ରମଣରେ ତ୍ରିଶତକ ମୁହାଁ ନବରଙ୍ଗପୁର । ଶନିବାର ଜିଲ୍ଲାରୁ ପୁଣି ୩୩ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି l ଏନେଇ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ସୂଚନା ଦେଇଛନ୍ତି ।
ଶନିବାର ଚିହ୍ନଟ ହୋଇଥିବା ସମସ୍ତ 33 ଆକ୍ରାନ୍ତଙ୍କୁ ନବରଙ୍ଗପୁର ସ୍ଥିତ କୋଭିଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଚିହ୍ନଟ ହୋଇଥିବା ୩୩ ଜଣ କୋରୋନା ପଜିଟିଭ ମଧ୍ୟରୁ ନବରଙ୍ଗପୁର ପୌରପାଳିକାରୁ ସର୍ବାଧିକ ୧୮ ଜଣ ପଜିଟିଭ ରହିଛନ୍ତି।