ନବରଙ୍ଗପୁର :ଜିଲ୍ଲାର କୋଷାଗୁମୁଡା ପୁଲିସକୁ ମିଳିଛି ଆଉ ଏକ ସଫଳତା । ପୁଲିସ ଜଣେ ବ୍ୟକ୍ତିଙ୍କ ଠାରୁ ୩୩ କିଲୋ ଗଞ୍ଜେଇ ଜବତ କରି ଗିରଫ କରିଥିବା ଜଣାପଡ଼ିଛି । ପୁଲିସ ସୂଚନା ଦେଇଛି ଯେ, କୋଷାଗୁମୁଡା ଥାନା ଅନ୍ତର୍ଗତ ମାଝୀ ଧନୁଆ ଗ୍ରାମର ଭଇଁସାବେଡା ଗାଁ ଛକ ନିକଟରେ କୌଣସି ସୂତ୍ରରୁ ଖବର ପାଇ ପୁଲିସ ଜଗିଥିଲା ।
ଏହି ସମୟରେ ଉକିଆପାଲି ପଞ୍ଚାୟତ ବରଗାଁରୁ ୩ ଜଣ ବ୍ୟକ୍ତି ଗଞ୍ଜେଇ ଚାଲାଣ କରୁଥିବା ବେଳେ ପୁଲିସ ହାତରେ ଧରା ପଡିଥିଲା । ଗିରଫ ହୋଇଥିବା ବ୍ୟକ୍ତି ଜଣକ ଉକିଆପାଲି ଗ୍ରାମର ଦୁଲଭ ସମରଥ (୩୨) ଏବଂ ଅନ୍ୟ ୨ ଜଣ ଫେରାର ହୋଇଯାଇଥିଲେ । ଗଞ୍ଜେଇ ସହ ଦୁଲଭକୁ ଗିରଫ କରିବା ସହ କୋଷାଗୁମୁଡା ଥାନାରେ କେସ ନମ୍ବର ୪୦/୨୦୨୧ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ।