ଓଡିଶା

odisha

ETV Bharat / state

ନବରଙ୍ଗପୁରର 32 ଦାଦନ ଶ୍ରମିକ ଉଦ୍ଧାର - ବେହେରାମୁଣ୍ଡା ପଞ୍ଚାୟତ

ଶ୍ରମ ବିଭାଗ ଓ ପୋଲିସର ମିଳିତ ଉଦ୍ୟମରେ ଆନ୍ଧ୍ରପ୍ରେଦଶକୁ ଦାଦନ ଖଟିବାକୁ ଯାଉଥିବା ବେଳେ ନବରଙ୍ଗପୁର ଜିଲ୍ଲାର 32 ଜଣ ଦାଦନ ଶ୍ରମିକକୁ ଉଦ୍ଧାର କରାଯାଇଛି ।

32 migrant worker rescue
32 ଦାଦନ ଶ୍ରମିକ ଉଦ୍ଧାର

By

Published : Dec 23, 2019, 6:38 AM IST

ନବରଙ୍ଗପୁର: ଶ୍ରମ ବିଭାଗ ଓ ପୋଲିସର ମିଳିତ ଉଦ୍ୟମରେ ଆନ୍ଧ୍ରପ୍ରେଦଶକୁ ଦାଦନ ଖଟିବାକୁ ଯାଉଥିବା ବେଳେ 32 ଜଣ ଦାଦନ ଶ୍ରମିକକୁ ଉଦ୍ଧାର କରାଯାଇଛି ।

32 ଦାଦନ ଶ୍ରମିକ ଉଦ୍ଧାର

କଳାହାଣ୍ଡି ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ବେହେରା ମୁଣ୍ଡା ମୋହରା ଓ ଧଡ଼ିପାଣି ପଞ୍ଚାୟତର ୩୨ ଜଣ ଲୋକ ନିଜ ନିଜ ଛୋଟ ଶିଶୁମାନଙ୍କୁ ନେଇ ଦାଦନ ଖଟିବାକୁ ଯାଉଥିଲେ । ବେହେରାମୁଣ୍ଡା ପଞ୍ଚାୟତର ଜଣେ ଦଲାଲ ଗୋଟିଏ ଜୋଡ଼ି ପିଛା ୩୦ ହଜାର ଟଙ୍କା ଅଗ୍ରୀମ ନେଇ ପଡ଼ୋଶୀ ରାଜ୍ୟ ଆନ୍ଦ୍ର ପ୍ରଦେଶର ଏକ ଇଟା ଭାଟିରେ କାମ କରିବା ପାଇଁ ନେଉଥିଲା । ଏହି ଶ୍ରମିକ ମାନଙ୍କୁ ରାୟପୁର ଦେଇକି ଆନ୍ଧ୍ରପ୍ରଦେଶ ନେବା ସମୟରେ, ବିଶ୍ବସ୍ଥ ସୂତ୍ରରୁ ଖବର ପାଇ ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ଶ୍ରମ ବିଭାଗ ଏବଂ ପୋଲିସ ବିଭାଗ ପକ୍ଷରୁ ୩୨ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଗରିଆବନ୍ଦ ଜିଲ୍ଲା ଶ୍ରମ ବିଭାଗ ନବରଙ୍ଗପୁର ଶ୍ରମ ବିଭାଗକୁ ଯୋଗାଯୋଗ କରିବାରୁ ଚାନ୍ଦାହାଣ୍ଡି ବିଡ଼ିଓ ଦେବେନ୍ଦ୍ର କୁମାର ବଳ ଗରିଆବନ୍ଦରୁ ଚନ୍ଦାହାଣ୍ଡି ଆଣି ଦାଦନ ଶ୍ରମିକମାନଙ୍କୁ ନିଜ ନିଜ ଘରକୁ ପଠେଇ ଦେଇଥିବା ଜଣାପଡ଼ିଛି ।

ନିଜ ଆନ୍ଧ୍ର ରାଜ୍ୟର ଦାଦନ ଶ୍ରମିକ ହୋଇଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତୁ ବୋଲି ଗରିଆ ବନ୍ଦ ଶ୍ରମଧିକାରୀ ଶ୍ରୀ ପାଣ୍ଡେ ଗଣମାଧ୍ୟମକୁ ପ୍ରକାଶ କରୁଥିବା ବେଳେ ନବରଙ୍ଗପୁର ଜିଲ୍ଲା ଶ୍ରମଧିକାରୀ ଅନୁରୂପ ଭାବରେ ଦଲାଲ ନାମରେ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି । ଏଥିରେ ଜିଲ୍ଲା ପ୍ରଶାସନ ସ୍ଵତନ୍ତ୍ର ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି କରାଯାଇଛି । ଓଡ଼ିଶା ସରକାର ଉନ୍ନତିର ବିଭିନ୍ନ ଗାଥା ଗାନ କରୁଥିବା ବେଳେ ପେଟ ପାଇଁ ଅନ୍ୟ ରାଜ୍ୟକୁ ଦାଦନ ଖଟିଯିବା ବନ୍ଦ ନହେବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

ନବରଙ୍ଗପୁରରୁ ତପନ ବିଶୋଇ, ଇଟିଭି ଭାରତ

ABOUT THE AUTHOR

...view details