ଓଡିଶା

odisha

ETV Bharat / state

ଋଣ ସୁଝିନପାରି 3 ମହିଳା ଗିରଫ

ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡା ଥାନା ଅନ୍ତର୍ଗତ ଛେଳିପଦର ଗାଁର ୩ଜଣ ମହିଳା ଫାଇନାନ୍ସ କମ୍ପାନୀର ଋଣ ସୁଝିପାରିନଥିଲେ । ଏନେଇ କୋଷାଗୁମୁଡା ପୋଲିସ ସମ୍ପୃକ୍ତ ୩ ଜଣ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଧିକ ଖବର ପଢନ୍ତୁ...

ଋଣ ସୁଝିନପାରି 3 ମହିଳା ଗିରଫ
ଋଣ ସୁଝିନପାରି 3 ମହିଳା ଗିରଫ

By

Published : Feb 2, 2020, 1:48 AM IST

ନବରଙ୍ଗପୁର: ଜିଲ୍ଲାର କୋଷାଗୁମୁଡା ଥାନା ଅନ୍ତର୍ଗତ ଛେଳିପଦର ଗାଁର ୩ଜଣ ମହିଳା ଫାଇନାନ୍ସ କମ୍ପାନୀର ଋଣ ସୁଝିପାରିନଥିଲେ । କମ୍ପାନୀ ଅଦାଲତଙ୍କ ଆଶ୍ରୟ ନେବା ପରେ ବି ମହିଳାମାନେ ଅଦାଲତରେ ମଧ୍ୟ ହଜାର ହୋଇନଥିଲେ । ଶେଷରେ ଅଦାଲତଙ୍କ ପକ୍ଷରୁ ୱାରେଣ୍ଟ ଜାରି କରାଯାଇଥିଲା । ଏନେଇ କୋଷାଗୁମୁଡା ପୋଲିସ ସମ୍ପୃକ୍ତ ୩ ଜଣ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଇଛି ।

ଋଣ ସୁଝିନପାରି 3 ମହିଳା ଗିରଫ

ଗିରଫ ମହିଳା ମାନେ ହେଲେ ଛେଳିପଦର ଗାଁର ସୁନା ଭତରା, ପାର୍ବତୀ ନାୟକ ଓ ସଞ୍ଜୁଲତା ଭତରା । ସୂଚନାଯୋଗ୍ୟ ଯେ L & T ଫାଇନାନ୍ସ ସର୍ଭିସ ନାମକ ଏକ କମ୍ପାନୀ ଠାରୁ ମହିଳାମାନେ ୧୦ହଜାର ଟଙ୍କା ଲେଖାଏଁ ମୋଟ ୩୦ହଜାର ଟଙ୍କା ଋଣ ନେଇଥିଲେ ।

ସୁଧ ସହ ୨୪ମାସରେ ମୂଳ ଟଙ୍କା ସୁଝିବାକୁ ଚୁକ୍ତି ହୋଇଥିଲା । ଅଳ୍ପ ଟଙ୍କା ସୁଝି ବଳକା ଟଙ୍କା ଫାଇନାନ୍ସ କମ୍ପାନୀକୁ ସୁଝି ପାରିନଥିଲେ । କମ୍ପାନୀ ଟି କୋଲକାତାର ହୋଇଥିବାରୁ କର୍ତ୍ତୃପକ୍ଷ ସେଠାକାର ଅଦାଲତରେ ମହିଳା ମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲେ ।

୩ ଜଣ ମହିଳା ଙ୍କ ନିକଟକୁ ଅଦାଲତ ପକ୍ଷରୁ ସମନ ପଠାଯାଇଥିଲା କିନ୍ତୁ ମହିଳାମାନେ ଅଦାଲତରେ ହାଜର ହୋଇପାରିନଥିବାରୁ ସେମାନଙ୍କ ବିରୁଦ୍ଧରେ ୱାରେଣ୍ଟ ଜାରି ହୋଇଥିଲା । ଏହାପୂର୍ବରୁ ରାଇଘର ବ୍ଲକରୁ ୪ ଜଣ ମହିଳା ଓ ଉମରକୋଟ ବ୍ଲକ ରୁ ୪ଜଣ ମହିଳା ଫାଇନାନ୍ସ କମ୍ପାନୀର ଋଣ ସୁଝିନପାରି ଗିରଫ ହୋଇଥିଲେ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details