ଓଡିଶା

odisha

By

Published : Sep 13, 2020, 4:45 PM IST

Updated : Sep 13, 2020, 5:23 PM IST

ETV Bharat / state

3ଟି କଲରାପତରିଆ ବାଘ ଚମଡା ସହ 4 ଗିରଫ, 2 ବାଇକ ଜବତ

ନବରଙ୍ଗପୁରରେ ବାଘ ଛାଲ ଚାଲାଣ ବେଳେ, 4 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବନ ବିଭାଗ। ଅଧିକ ପଢନ୍ତୁ...

3ଟି କଲରା ପତରିଆ ବାଘ ଚମଡା ସହ 4 ଗିରଫ, 2 ବାଇକ ଜବତ
3ଟି କଲରା ପତରିଆ ବାଘ ଚମଡା ସହ 4 ଗିରଫ, 2 ବାଇକ ଜବତ

ନବରଙ୍ଗପୁର: କଳାହାଣ୍ଡି ସୀମାରେ ତେନ୍ତୁଳିଖୁଣ୍ଟି ବ୍ଲକର ବିରିଗୁଡା ଗାଁ ଦେଇ ନବରଙ୍ଗପୁର ଜିଲ୍ଲାକୁ ବାଘ ଚମଡା ଚାଲାଣ । କୌଣସି ସୂତ୍ରରୁ ଖବରପାଇ ନବରଙ୍ଗପୁର ବନବିଭାଗ ଭିନ୍ନଭିନ୍ନ ସ୍ଥାନରୁ 3ଟି କଲରା ପତରିଆ ବାଘ ଚମଡା ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି ।

3ଟି କଲରାପତରିଆ ବାଘ ଚମଡା ସହ 4 ଗିରଫ, 2 ବାଇକ ଜବତ

ଅଭିଯୁକ୍ତ ମାନେ ହେଲେ, କଳାହାଣ୍ଡି ଜିଲ୍ଲା ମହୁଲ ପଦର ଗ୍ରାମର ତ୍ରିନାଥ ନାୟକ, ସୁରେନ୍ଦ୍ର ନାୟକ । ସେହିଭଳି ନନ୍ଦାହାଣ୍ଡି ବ୍ଲକ ଉଶିରିପଦର ଗାଁ ନିକଟରେ ବାଇକ ଯୋଗେ ଦୁଇଟି କଲରାପତରିଆ ବାଘ ଚମଡା ଧରି ଯାଉଥିବା ବେଳେ ବନ ବିଭାଗ ହାତରେ ଧରା ପଡିଛନ୍ତି।

3ଟି କଲରା ପତରିଆ ବାଘ ଚମଡା ସହ 4 ଗିରଫ, 2 ବାଇକ ଜବତ

ସେମାନେ ହେଲେ ଗୁପ୍ତଚନ୍ଦ୍ର ଟାକ୍ରୀ ଓ ପ୍ରହ୍ଲାଦ ନାୟକ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ବିରିଗୁଡା ଗାଁର ହୋଇଥିବା ବନବିଭାଗ କହିଛି। ଅଭିଯୁକ୍ତଙ୍କ ଠାରୁ 2 ଟି ବାଇକ 4ଟି ମୋବାଇଲ ଫୋନ ଜବତ କରିଛି ବିଭାଗ । ଘଟଣାର ତଦନ୍ତ ଜାରି ରଖିଛି ବନ ବିଭାଗ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : Sep 13, 2020, 5:23 PM IST

ABOUT THE AUTHOR

...view details