ନବରଙ୍ଗପୁର:ଜିଲ୍ଲା ଡାବୁଗାଁ ସାପ୍ତାହିକ ହାଟରେ ଗତ ଗୁରୁବାର ଦିନ ଦ୍ଵିପହରରେ ଫିଲ୍ମ ଷ୍ଟାଇଲରେ ଗୋରୁ ବେପାରୀଙ୍କ ଠାରୁ ୨୮ ଲକ୍ଷ ୬୦ ହଜାର ଟଙ୍କା ଲୁଟ ହୋଇଛି । ଦିନ ପ୍ରାୟ ସାଢେ ୧ଟା ସମୟରେ ବାଇକ ଓ ଅଟୋରେ କଳା ମୁଖା ପିନ୍ଧି ୧୦ରୁ ଊର୍ଦ୍ଧ୍ବ ଲୁଟେରା ହାତରେ ଖଣ୍ଡା, ଭୁଜାଲି, ବନ୍ଧୁକ ଓ ବିଭିନ୍ନ ମାରଣାସ୍ତ୍ର ଧରି ଆନ୍ଧ୍ରର ଏକ ଗୋରୁ ବେପାରୀ ଠାରୁ ଲୁଟ କରିଛନ୍ତି । ଅଧିକାଂଶ ଲୁଟେରାଙ୍କ ବୟସ ୨୦ ରୁ ୨୫ ବର୍ଷ ମଧ୍ୟରେ ହେବ ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଖବର ପାଇ ଡାବୁଗାଁ ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି ।
ସୂଚନା ଅନୁଯାୟୀ ଡାବୁଗାଁ ଗୁରୁବାର ସାପ୍ତାହିକ ହାଟରେ ଗୋରୁ କିଣିବା ପାଇଁ ଆନ୍ଧ୍ର ପ୍ରଦେଶ ବିଜୟନଗରମ କତୁ ବାଲସା ଗ୍ରାମର ଗୋରୁ ବେପାରୀ ନାଇଡ଼ୁ ରଙ୍ଗାଲି ୩୩ ଲକ୍ଷାଧିକ ଟଙ୍କା ଧରି ଏକ ବୋଲେରୋ ଯୋଗେ ଡାବୁଗାଁ ଆସିଥିଲେ । ବୋଲେରୋରେ ଡ୍ରାଇଭର ସହ ଅନ୍ୟ 3 ଜଣ ଆସିଥିଲେ । ହାଟରେ ବୋଲେରୋକୁ ଗୋଟିଏ ସ୍ଥାନରେ ରଖି ନାଇଡୁ ଗୋରୁ କ୍ରୟ କରିବା ପାଇଁ ଗାଡିରୁ ଓହ୍ଲାଇ ଥିଲେ । ଗାଡି ମଧ୍ୟରେ ତିନୋଟି ବ୍ୟାଗରେ ୨୮ ଲକ୍ଷ ୬୦ ହଜାର ଟଙ୍କା ରଖିଥିଲେ ।
ଏହା ମଧ୍ୟ ପଢନ୍ତୁ....ଲୋକଙ୍କ ଆଗରେ ଲୁଟପାଟର ଅଭିନୟ, ମିଛରେ ଟଙ୍କା ବ୍ୟାଗ୍ ଛଡ଼ାଇ ସତରେ ଗିରଫ