ଓଡିଶା

odisha

ETV Bharat / state

ନବରଙ୍ଗପୁର ଜିଲ୍ଲାରେ ପୁଣି 27 କୋରୋନା ପଜିଟିଭ ଚିହ୍ନଟ - covid 19

ନବରଙ୍ଗପୁରରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 5, 504କୁ ବୃଦ୍ଧି ପାଇଛି। ଅଧିକ ପଢ଼ନ୍ତୁ...

ନବରଙ୍ଗପୁର ଜିଲ୍ଲାରେ ପୁଣି 27 କୋରୋନା ପଜିଟିଭ ଚିହ୍ନଟ
ନବରଙ୍ଗପୁର ଜିଲ୍ଲାରେ ପୁଣି 27 କୋରୋନା ପଜିଟିଭ ଚିହ୍ନଟ

By

Published : Nov 9, 2020, 12:02 AM IST

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଆଜି(ରବିବାର) ପୁଣି 27 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାସହ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 5,504କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ 5,213 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ନବରଙ୍ଗପୁର ଜିଲ୍ଲାରେ ପୁଣି 27 କୋରୋନା ପଜିଟିଭ ଚିହ୍ନଟ

ନବରଙ୍ଗପୁର ଜିଲ୍ଲାରେ ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଉମରକୋଟ ପୌରାଞ୍ଚଳରୁ ସର୍ବାଧିକ 10 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ତେନ୍ତୁଳିଖୁଣ୍ଟି ବ୍ଲକରୁ 4 ଜଣ ଓ ଉମରକୋଟ ଓ ପାପଡାହାଣ୍ଡି ବ୍ଲକରୁ 3 ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଡାବୁଗାଁ, ରାଇଘର, କୋଷାଗୁମୁଡା ବ୍ଲକରୁ 2 ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ନବରଙ୍ଗପୁର ପୌରାଞ୍ଚଳରୁ ଜଣେ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ନବରଙ୍ଗପୁର ଜିଲ୍ଲାରେ ମୋଟ 99 ହଜାର 525 ଜଣଙ୍କର ନମୁନା ସଂଗ୍ରହ କରାଯାଇଛି। ସେମାନଙ୍କ କୋରୋନା ପରୀକ୍ଷଣ ଶେଷ ହୋଇଛି। ସତର୍କ ରହିବା ସହ ନିୟମ ପାଳନ ପାଇଁ ବାରମ୍ବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details