ନବରଙ୍ଗପୁର:ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ପୋଡାଲଗୁଡା ପଂଚାୟତର ପୋଡାଲଗୁଡାଠାରେ ଅଦିନିଆ ବର୍ଷା ଯୋଗୁଁ ଏକ ଗୁହାଳ ଘର ଉପରେ ବଜ୍ରାଘାତ ହୋଇଥିଲା । ଏହି ବଜ୍ରାଘାତରେ ୨୧ଟି ଗାଈଙ୍କ ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ବାଛୁରୀ ବଞ୍ଚିଯାଇଥିବା ଜଣାପଡିଛି ।
ବଜ୍ରାଘାତରେ 21 ଗାଈ ମୃତ - ବଜ୍ରାଘାତରେ ଗାଈ ମୃତ
ନବରଙ୍ଗପୁରରେ ବଜ୍ରାଘାତ ହୋଇ 21 ଗାଈଙ୍କର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

ବଜ୍ରାଘାତରେ 21 ଗାଈ ମୃତ
ବଜ୍ରାଘାତରେ 21 ଗାଈ ମୃତ
ମିଳିଥିବା ସୂଚନା ଅନୁଯାୟୀ ପୋଡାଲଗୁଡାଠାରେ ଗୁରୁବାର ବର୍ଷା, ପବନ ଓ ଘଡଘଡି ଆରମ୍ଭ ହୋଇଥିଲା । ଗାଁର ବିବେକା ତୁରୁକଙ୍କ ଗୋରୁ ଗୁହାଳରେ ସାହିର ସମସ୍ତ ଗାଈଙ୍କୁ ପ୍ରତିଦିନ ପରି ରଖିଥିଲେ । ତେବେ ରାତି ପ୍ରାୟ ୯ଟା ବେଳେ ବିବେକାଙ୍କ ଗୋରୁ ଗୁହାଳ ନିକଟରେ ଏକ ବଡ଼ ଧରଣର ବଜ୍ରାଘାତ ହୋଇଥିଲା । ଏହି ବଜ୍ରାଘାତରେ ଗୁହାଳରେ ବନ୍ଧା ହୋଇଥିବା ୨୧ ଟି ଗାଈଙ୍କ ମୃତ୍ୟୁ ହୋଇଛି । ଏହି ଅଘଟଣରେ ଗୁହାଳ ମଧ୍ୟରେ କେବଳ ଗୋଟିଏ ବାଛୁରୀ ବଞ୍ଚିଥିବାର ଦେଖିବାକୁ ମିଳିଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ