ନବରଙ୍ଗପୁର: ଜିଲ୍ଲାର ୨୦ତମ ଯୋଜନା ବୋର୍ଡ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ରାଜ୍ୟ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ସଭାପତିତ୍ୱରେ ଏକ ସ୍ଥାନୀୟ ମିଶନ ଶକ୍ତି ହଲଠାରେ ଏହି ବୈଠକ ହୋଇଥିଲା । ବୈଠକରେ ଜିଲ୍ଲାପାଳ ଡକ୍ଟର ଅଜିତ ମିଶ୍ର, ନବରଙ୍ଗପୁର ସାଂସଦ ରମେଶ ମାଝୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗୋଣ୍ଡ, ଝରିଗାଁ ବିଧାୟକ ପ୍ରମୁଖ ଯୋଗଦାନ କରି ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟକାରୀତା ନେଇ ଆଲୋଚନା କରିଥିଲେ ।
ନବରଙ୍ଗପୁରରେ 20 ତମ ଯୋଜନା ବୋର୍ଡ ବୈଠକ ଅନୁଷ୍ଠିତ - nabarangpur
ନବରଙ୍ଗପୁର ଜିଲ୍ଲାରେ ୨୦ ତମ ଯୋଜନା ବୋର୍ଡ ବୈଠକ ଅନୁଷ୍ଠିତ । ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ସଭାପତିତ୍ୱରେ ହୋଇଛି ବୈଠକ । ଅଧିକ ପଢ଼ନ୍ତୁ...
ଯୋଜନା ବୋର୍ଡ ବୈଠକରେ ବିଜୁ କେବିକେ ଯୋଜନା, ଗ୍ରାମ୍ୟ ଉନ୍ନୟନ, ଗୋପବନ୍ଧୁ ଗ୍ରାମୀଣ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଛି । ଏହାସହ ଜିଲ୍ଲାରେ ବିଭିନ୍ନ ବିଭାଗର ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା । ଜିଲ୍ଲାରେ ଅନେକ ଚାଷ ଉପରେ ନିର୍ଭରଶୀଳ ଥିବା ବେଳେ ଜଳ ସେଚନ ଅଭାବରୁ ଚାଷ କ୍ଷେତ୍ରରେ ପଛରେ ପଡିଯାଇଛି । ଏ ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା । ବୈଠକର ଅଧ୍ୟକ୍ଷ ତଥା ଜଳସମ୍ପଦ ମନ୍ତ୍ରୀ ଜିଲ୍ଲାରେ ଜଳସେଚନ ବିଭାଗ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ନେଇ ପ୍ରତିଶ୍ରୁତି ଦେଇଛନ୍ତି । ବୈଠକରେ ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ