ନବରଙ୍ଗପୁର:ତାଲାବନ୍ଦର 8 ଦିନ ପରେ ନବରଙ୍ଗପୁର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଗତକାଲି ଠାରୁ ଆଜି ଅର୍ଥାତ୍ ଗୁରୁବାର ଟିକେ କମିଛି । ଫଳରେ ଆଜି 207 ଜଣ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି l ତେବେ ଦିନକୁ ଦିନ କୋରୋନା ଆକ୍ରାନ୍ତ କମିବା ବଦଳରେ ବୃଦ୍ଧି ପାଇବା ସମସ୍ତ ଜିଲ୍ଲାବାସୀଙ୍କୁ ଚିନ୍ତା ବଢାଇ ଦେଇଥିଲା l ଆଜି କିଛି ମାତ୍ରାରେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିବାରୁ ଜିଲ୍ଲାବାସୀଙ୍କୁ ଟିକିଏ ଆଶ୍ବସ୍ତି ମିଳିଛି l
ଗୁରୁବାର ଚିହ୍ନଟ 207 ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଉମରକୋଟ ବ୍ଲକରୁ 39 ଜଣ, ଉମରକୋଟ ପୌରାଞ୍ଚଳରୁ 29 ଜଣ, ତେନ୍ତୁଳିଖୁଣ୍ଟି ବ୍ଲକରୁ 27 ଜଣ, ଝରିଗାଁ ବ୍ଲକରୁ 26 ଜଣ, ରାଇଘର ବ୍ଲକରୁ 19 ଜଣ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନନ୍ଦାହାଣ୍ଡି 14 ଜଣ, ଚନ୍ଦାହାଣ୍ଡି ବ୍ଲକରୁ 13 ଜଣ, ପାପଡାହାଣ୍ଡି ବ୍ଲକରୁ 12 ଜଣ, ନବରଙ୍ଗପୁର ପୌରାଞ୍ଚଳରୁ 11 ଜଣ, ଡାବୁଗାଁ ବ୍ଲକରୁ 7 ଜଣ ଏବଂ ନବରଙ୍ଗପୁର ଓ କୋଷାଗୁମୁଡା ବ୍ଲକରୁ 5 ଜଣ ଲେଖାଁଏ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l