ଓଡିଶା

odisha

ETV Bharat / state

2019 ନିର୍ବାଚନ: ପୈତୃକ ଗ୍ରାମରେ ଭୋଟ ଦେଲେ ବଳଭଦ୍ର

ନିଜର ପୈତୃକ ଗ୍ରାମ ଲୁଦୁପଡାର 79 ନମ୍ବର ବୁଥରେ ମତଦାନ କରିଥିଲେ ବଳଭଦ୍ର ମାଝୀ। ଏହି ଗାଁ ଜିଲ୍ଲାର ଚନ୍ଦାହାଣ୍ଡି ବ୍ଲକରେ ଅବସ୍ଥିତ। ଗତ ଥର ନବରଙ୍ଗପୁର ଆସନରୁ ବିଜେଡି ଟିକେଟରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ସେ। ଏଥର ଦଳ ବଦଳ କରି ବଳଭଦ୍ର ବିଜେପିରୁ ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି।

By

Published : Apr 11, 2019, 12:06 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର


ନବରଙ୍ଗପୁର: ଚଳିତ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ସୁରୁଖୁରୁରେ ଚାଲିଛି । ଏହି ଅବସରରେ ନବରଙ୍ଗପୁର ସଂରକ୍ଷିତ ସଂସଦୀୟ କ୍ଷେତ୍ରରୁ ପୂର୍ବତନ ସାଂସଦ ତଥା ଚଳିତ ଥର ବିଜେପିରୁ ପ୍ରାର୍ଥୀ ବଳଭଦ୍ର ମାଝୀ ମତଦାନ କରିଛନ୍ତି । ନିଜ ପତ୍ନୀଙ୍କ ସହ ଆସି ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ ସେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନିଜର ପୈତୃକ ଗ୍ରାମ ଲୁଦୁପଡାର 79 ନମ୍ବର ବୁଥରେ ମତଦାନ କରିଥିଲେ ବଳଭଦ୍ର । ଏହି ଗାଁ ଜିଲ୍ଲାର ଚନ୍ଦାହାଣ୍ଡି ବ୍ଲକରେ ଅବସ୍ଥିତ । ଗତ ଥର ନବରଙ୍ଗପୁର ଆସନରୁ ବିଜେଡି ଟିକେଟରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ସେ । ଏଥର ଦଳ ବଦଳ କରି ବଳଭଦ୍ର ବିଜେପିରୁ ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଈଟିଭି ଭାରତ

ABOUT THE AUTHOR

...view details