ନବରଙ୍ଗପୁର: ସ୍ଥାନୀୟ ଝରିଗାଁ ବ୍ଲକ ଅନ୍ତର୍ଗତ ମଇନାପଦରରେ ଅଘଟଣ । ନିଆଁ ଲାଗି ଜୀବନ୍ତ ଦଗ୍ଧ ହୋଇଛନ୍ତି ଦୁଇ ଭଉଣୀ । ସୂଚନା ଅନୁଯାୟୀ କାମ ସାହି ଗ୍ରାମର ଏକ ମକା କିଆରିରେ ଥିବା କୁଡିଆ ମଧ୍ୟରେ କୌଣସି କାରଣରୁ ନିଆଁ ଲାଗିବାରୁ କୁଡିଆ ଭିତରେ ଥିବା ଦୁଇ ଭଉଣୀ ଜୀବନ୍ତ ଦଗ୍ଧ ହୋଇଛନ୍ତି । ହେଲେ ଭାଗ୍ୟବଶତଃ ମୃତ ଦୁଇ ଭଉଣୀଙ୍କ ବଡ ଭଉଣୀ ନିଆଁରୁ ବର୍ତ୍ତି ଯାଇଥିଲେ ।
ଗ୍ରାମର ପବିତ୍ର ସାନ୍ତା ଓ ସମସାନ ସାନ୍ତାଙ୍କ ଦୁଇ ଝିଅ କୁଡିଆ ଭିତରେ ଶୋଇଥିବା ସମୟରେ କୁଡିଆରେ ନିଆଁ ଲାଗିଯାଇଥିଲା । ସେହି ସମୟରେ କୁଡିଆ ଭିତରୁ ସମସାନଙ୍କ ବଡ ଝିଅ ଅର୍ଚ୍ଚିତା ନିଜ ଜୀବନ ବଞ୍ଚାଇ ବାହାରି ପାରିଥିବା ବେଳେ ଦୁଇ ଭାଇଙ୍କ ଦୁଇ ଜଣ ଶିଶୁ ନିଆଁରେ ପୋଡି ଆଖି ବୁଜିଥିଲେ । ତେବେ ଏଲିନା ସାନ୍ତା(3) ଓ ସୁଜାତା ସାନ୍ତା(4)ଙ୍କ ଏପରି ମୃତ୍ୟୁକୁ ନେଇ ଗାଁରେ ଶୋକର ଛାୟା ଖେଳି ଯାଇଛି।