ନବରଙ୍ଗପୁର: ଜିଲ୍ଲାରେ ଅଭାବନୀୟ ଘଟଣା । କୂଅରୁ ଉଦ୍ଧାର ହେଲା 2 ନାବାଳିକାଙ୍କ ମୃତଦେହ । ଜିଲ୍ଲାର କୁନ୍ଦେଇ ଥାନା ଅନ୍ତର୍ଗତ ପକନାଗୁଡା ଓ ଗୋନା ଗ୍ରାମର ଦୁଇ ନାବାଳିକା ନିଖୋଜ ଘଟଣାରେ ପୋଲିସ ତଦନ୍ତ କରୁଥିବା ବେଳେ ପକନାଗୁଡା ଗାଁର ଏକ ପରିତ୍ୟକ୍ତ କୂଅରୁ ଦୁଇ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି ।
ସୂଚନା ଅନୁଯାୟୀ, ଗୁରୁବାର ରାତିରେ ଦୁଇଟି ମୃତଦେହ ଭାସୁଥିବା ଖବର ପାଇ ପୋଲିସ ଶୁକ୍ରବାର ଦୁଇ ନାବାଳିକାଙ୍କ ମୃତଦେହକୁ ଉଦ୍ଧାର କରିଛି । ତେବେ ଏହା ହତ୍ୟା ନା ଅଘଟଣ, ମୃତଦେହ କୂଅ ମଧ୍ୟକୁ କିପରି ଆସିଲା ସେନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
ପ୍ରକାଶ ଥାଉକି, ଗତ ୪ ତାରିଖ ମଙ୍ଗଳବାର ଦିନ ରାଇଘର ବ୍ଲକ୍ ଗୋନା ଗ୍ରାମର ପ୍ରକାଶ ପାଣ୍ଡେଙ୍କ ୯ ବର୍ଷର ଝିଅ ଲଷ୍ମୀ ପାଣ୍ଡେ ପରିବାର ସହ ନିଜ ମାମୁଁ ଘର ପକନାଗୁଡ଼ା ଗ୍ରାମକୁ ବୁଲିବାକୁ ଆସିଥିଲେ । ପକନାଗୁଡ଼ା ଗ୍ରାମର ମହାଦେବ ଗଣ୍ଡଙ୍କ ୯ ବର୍ଷର ଝିଅ ପଞ୍ଚବତୀ ତିଓ୍ବାରୀ ଦୁହେଁ ମିଶି ଦିନ ପ୍ରାୟ 2ଟା ବେଳେ ଘରୁ ଖେଳିବାକୁ ବାହାରି ଯାଇଥିଲେ । ଦିନ ତମାମ 2 ଝିଅ ଘରକୁ ନଫେରିବାରୁ ପରିବାର ସହିତ ଗାଁ ଲୋକେ ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିଥିଲେ । କେଉଁଠି କିଛି ସନ୍ଧାନ ନମିଳିବାରୁ ଘରଲୋକେ କୁନ୍ଦେଇ ଥାନାରେ ଏତଲା ଦେଇଥିଲେ ।