ଓଡିଶା

odisha

ETV Bharat / state

ସାରଙ୍ଗିଆ ଜଙ୍ଗଲ ନିକଟରୁ ବ୍ୟବସାୟୀଙ୍କ ଠାରୁ ଲୁଟ୍‌ ଅଭିଯୋଗ

ଜିଲ୍ଲା କୋଡିଙ୍ଗା ଥାନା ଅନ୍ତର୍ଗତ କୋଡିଙ୍ଗା-ଚଟ୍ଟାହାଣ୍ଡି ରାସ୍ତା ସାରଙ୍ଗିଆ ଜଙ୍ଗଲ ନିକଟରେ ଜଣେ ବ୍ୟବସାୟୀଙ୍କ ଠାରୁ ପ୍ରାୟ ସାଢେ ଦୁଇ ଲକ୍ଷ ଟଙ୍କା ଦୁର୍ବୃତ୍ତମାନେ ଝାମ୍ପିନେଇଛନ୍ତି ।

ସାରଙ୍ଗିଆ ଜଙ୍ଗଲ ନିକଟରୁ ବ୍ୟବସାୟୀଙ୍କ ଠାରୁ ଲୁଟ୍‌ ଅଭିଯୋଗ
ସାରଙ୍ଗିଆ ଜଙ୍ଗଲ ନିକଟରୁ ବ୍ୟବସାୟୀଙ୍କ ଠାରୁ ଲୁଟ୍‌ ଅଭିଯୋଗ

By

Published : Jan 22, 2021, 10:20 AM IST

Updated : Jan 22, 2021, 10:58 AM IST

ନବରଙ୍ଗପୁର: ଜିଲ୍ଲା କୋଡିଙ୍ଗା ଥାନା ଅନ୍ତର୍ଗତ କୋଡିଙ୍ଗା-ଚଟ୍ଟାହାଣ୍ଡି ରାସ୍ତା ସାରଙ୍ଗିଆ ଜଙ୍ଗଲ ନିକଟରେ ଜଣେ ବ୍ୟବସାୟୀଙ୍କ ଠାରୁ ପ୍ରାୟ ସାଢେ ଦୁଇ ଲକ୍ଷ ଟଙ୍କା ଦୁର୍ବୃତ୍ତମାନେ ଝାମ୍ପି ନେଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାଇ ଚଟ୍ଟାହାଣ୍ଡି ପଞ୍ଚାୟତ ତାରାଗୁଡା ଗ୍ରାମର କ୍ରିପାଲ ମେହେତା(୩୮) ନବରଙ୍ଗପୁରର ଏଚ. ଡି. ଏଫ. ସି ବ୍ୟାଙ୍କରୁ ଟଙ୍କା ଉଠାଣ କରି ନିଜ ଗାଁକୁ ଫେରୁଥିଲେ ।

ସାରଙ୍ଗିଆ ଜଙ୍ଗଲ ନିକଟରୁ ବ୍ୟବସାୟୀଙ୍କ ଠାରୁ ଲୁଟ୍‌ ଅଭିଯୋଗ
ସାରଙ୍ଗିଆ ଜଙ୍ଗଲ ନିକଟରୁ ବ୍ୟବସାୟୀଙ୍କ ଠାରୁ ଲୁଟ୍‌ ଅଭିଯୋଗ

ନିଜ ମୋଟର ସାଇକେଲଟି ସାରଙ୍ଗିଆ ଜଙ୍ଗଲ ନିକଟରେ ବନ୍ଦ ହୋଇଯିବାରୁ ସେ ରାସ୍ତା କଡରେ ଥିବା ବେଳେ ଦୁର୍ବୃତ୍ତମାନେ ଆସି ଏକ ଗାମୁଛାରେ କ୍ରିପାଲଙ୍କ ହେଲମେଟ ପିନ୍ଧା ମୁହଁରେ ଘୋଡେଇ ଟଙ୍କା ବ୍ୟାଗଟି ଛଡେଇ ନେଇଯାଇଥିଲେ । ଗାମୁଛା କାଢିବା ଭିତରେ ଦୁର୍ବୃତ୍ତମାନଙ୍କର ଆଉ କୌଣସି ପତ୍ତା ମିଳିପାରିନଥିଲା । ପାପଡାହାଣ୍ଡି ଏସଡିପିଓ ଆଦିତ୍ୟ ସେନ ,କୋଡିଙ୍ଗା ଥାନା ଅଧିକାରୀ ସରିତା ମହାପାତ୍ର, ଏସଆଇ ଦେବଦତ୍ତ ମଲ୍ଲିକ ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ ଚଳାଇ ଥିବା ସୂଚନା ମିଳିଛି । ପ୍ରକାଶ ଥାଉକି ଗତ ଦୁଇଦିନ ତଳେ ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଚଚା ଗ୍ରାମର ଜଣେ ବ୍ୟବସାୟୀଙ୍କୁ ମଧ୍ୟ ଖଣ୍ଡାରେ ଆକ୍ରମଣ କରି ୪ ଲକ୍ଷ ଟଙ୍କା ଲୁଟ କରିଥିଲେ ଦୁର୍ବୁତ୍ତ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : Jan 22, 2021, 10:58 AM IST

ABOUT THE AUTHOR

...view details