ନବରଙ୍ଗପୁର: କୋରନା ସଂକ୍ରମଣକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲାକୁ ୨ ଦିନିଆ ସଟଡାଉନ ଘୋଷଣା କରାଯାଇଛି । ଆସନ୍ତା ମଙ୍ଗଳବାର ଅର୍ଥାତ ୨୧ ତାରିଖ ସକାଳ ୫ ଟାରୁ ୨୨ ତାରିଖ ମଧ୍ୟ ରାତ୍ର ପର୍ଯ୍ୟନ୍ତ ସଟଡାଉନ ଲାଗୁ ହେବ । ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ।
ନବରଙ୍ଗପୁରକୁ 2 ଦିନିଆ ସଟଡାଉନ ଘୋଷଣା ସଟଡାଉନ ସମୟରେ ସମସ୍ତ ଅତ୍ୟାବଶ୍ୟକୀୟ ସେବା ଜାରି ରହିବା ନେଇ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । ଏଥିସହ ରାସନ ସାମଗ୍ରୀ ଦୋକାନ, ପନିପରିବା ଓ କ୍ଷୀର ଦୋକାନ ସକାଳ ୬ଟାରୁ ଦିନ ୧ ଯାଏଁ ଖୋଲା ରହିବ ।
ନବରଙ୍ଗପୁରକୁ 2 ଦିନିଆ ସଟଡାଉନ ଘୋଷଣା ଏହି ସମୟରେ ମାଲବାହୀ ସାମଗ୍ରୀର ଗାଡି ଯାତାୟାତ କରିପାରିବ, କୃଷିଜାତ ଦୋକାନ, ଗୋଖାଦ୍ୟ ପଶୁସମ୍ପଦର ଦୋକାନ ଖୋଲା ରହିବ । ପେଟ୍ରୋଲ ପମ୍ପ ଓ ଗ୍ୟାସ ବିତରଣ କେନ୍ଦ୍ର ଖୋଲା ରହିବ, ଅନଲାଇନ ସେବା ଯୋଗାଉଥିବା କ୍ଷେତ୍ର ଖୋଲା ରହିବ । ଏଥିସହ ଅନୁମତି ପ୍ରାପ୍ତ ଶେଷକୃତ୍ୟ କାର୍ଯ୍ୟ ସମ୍ପାଦନ କରିବା ନେଇ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।
ନବରଙ୍ଗପୁରକୁ 2 ଦିନିଆ ସଟଡାଉନ ଘୋଷଣା ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ