ନବରଙ୍ଗପୁର:ଜୁଆ ଖେଳକୁ ନେଇ 15 ପରିବାରକୁ ଗ୍ରାମରୁ ବାସନ୍ଦ କରିଥିବା ଅଭିଯୋଗ । ଏହି ପନ୍ଦର ଗୋଟି ପରିବାର ନିମନ୍ତେ ଗ୍ରାମରେ ଦୋକାନରୁ ସଉଦା କିଣିବା, ଗ୍ରାମରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାମାନଙ୍କୁ ମନା କରାଯିବା, ପନିପରିବା କିଣିବା ଓ ଗାଈ ଗୋରୁ ଚରାଇବା ନିମନ୍ତେ ମଧ୍ୟ ମନା କରାଯାଇଥିବା ଭଳି ଅଭିଯୋଗ କରିଛନ୍ତି । ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଟେମରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚୂରାହାଣ୍ଡି ଗ୍ରାମରେ । ଏନେଇ କୋଡ଼ିଙ୍ଗା ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ୧୫ ପରିବାର ।
ଅଭିଯୋଗ ଅନୁଯାୟୀ, ଗତ ମାର୍ଚ୍ଚ ୨୮ ତାରିଖରୁ ଖୁଡୁଖୁଡି ଖେଳ ଆରମ୍ଭ ହୋଇଥିଲା । ଆଉ ସେହି ଦିନ ଠାରୁ ପ୍ରତିଦିନ ଖେଳ ମଧ୍ୟ ଚାଲିଥିଲା । ହେଲେ କୌଣସି କାରଣ ବଶତଃ ଉକ୍ତ ଖେଳ ଏପ୍ରିଲ ୧୨ ତାରିଖରେ ବନ୍ଦ ହୋଇଯାଇଥିଲା । ଏହି ବିଷୟକୁ କେନ୍ଦ୍ର କରି ଗ୍ରାମର କିଛି ବ୍ୟକ୍ତି ବିଶେଷ ଇଶ୍ବର ହରିଜନ ଏବଂ ସଦାଶିବ ହରିଜନଙ୍କ ବିରୁଦ୍ଧରେ ଖୁଡୁଖୁଡି ଖେଳ ବନ୍ଦ କରିବା ନେଇ କୋଷାଗୁମୁଡ଼ା ଥାନାରେ ଏକ ଏତଲା ଦେଇଥିଲେ । ଏହାପରେ ଥାନାରେ ବୁଝାମଣା କରାଯାଇ ଚୁକ୍ତି ନାମା ଲେଖା ଯାଇଥିଲା ।
ଏହା ମଧ୍ୟ ପଢନ୍ତୁ- ‘ଲୋକଙ୍କ ନିକଟତର ହୋଇଛି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ’