ଓଡିଶା

odisha

ନବରଙ୍ଗପୁରରେ ଆଜି 14 ଜଣ କୋରୋନା ସଂକ୍ରମିତ ଚିହ୍ନଟ

By

Published : Nov 19, 2020, 8:13 PM IST

ନବରଙ୍ଗପୁର ଜିଲ୍ଲାରେ କୋରୋନା ସ୍ଥିତି ନିୟନ୍ତ୍ରଣକୁ ଆସୁଛି । ଜିଲ୍ଲାରେ କିଛିଦିନ ହେବ ଆକ୍ରାନ୍ତଙ୍କ ସଂଖ୍ୟା 15 ଜଣଙ୍କ ମଧ୍ୟରେ ସୀମିତ ରହୁଛି l ଗୁରୁବାର ପୁଣି 14 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି l ଅଧିକ ପଢନ୍ତୁ...

ଜିଲ୍ଲାରେ ଆଜି ପୁଣି 14 ଜଣ କୋରୋନା ସଂକ୍ରମିତ ଚିହ୍ନଟ
ଜିଲ୍ଲାରେ ଆଜି ପୁଣି 14 ଜଣ କୋରୋନା ସଂକ୍ରମିତ ଚିହ୍ନଟ

ନବରଙ୍ଗପୁର:ରାଜ୍ୟରେ କୋରୋନା ସ୍ଥିତି ନିୟନ୍ତ୍ରଣକୁ ଆସୁଥିବାବେଳେ ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ସ୍ଥିତି ନିୟନ୍ତ୍ରଣ ହେବାରେ ଲାଗିଛି । ଜିଲ୍ଲାରେ କିଛିଦିନ ହେବ ଆକ୍ରାନ୍ତଙ୍କ ସଂଖ୍ୟା 15 ଜଣଙ୍କ ମଧ୍ୟରେ ସୀମିତ ରହୁଛି l ଗୁରୁବାର ପୁଣି 14 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି l ଏହାକୁ ମିଶାଇ ଜିଲ୍ଲାରେ 5,657କୁ ବୃଦ୍ଧି ପାଇଛି ।

ଜିଲ୍ଲାରେ ଆଜି ପୁଣି 14 ଜଣ କୋରୋନା ସଂକ୍ରମିତ ଚିହ୍ନଟ

ଗୁରୁବାର ଚିହ୍ନଟ 14 ଜଣ ସଂକ୍ରମିତଙ୍କ ମଧ୍ୟରୁ ଉମରକୋଟ ପୌରାଞ୍ଚଳରୁ 5 ସର୍ବାଧିକ ସଂକ୍ରମିତ ହୋଇଥିବାବେଳେ ଝରିଗାଁ ବ୍ଲକରୁ 3 ଜଣ, ପାପଡାହାଣ୍ଡି ବ୍ଲକରୁ 2 ଜଣ ଏବଂ ନବରଙ୍ଗପୁର ପୌରାଞ୍ଚଳ ଓ ନନ୍ଦାହାଣ୍ଡି, ରାଇଘର ନବରଙ୍ଗପୁର ବ୍ଲକରୁ ଜଣେ ଲେଖାଁଏ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି l

ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ 1ଲକ୍ଷ 9ହଜାର 805 ଜଣଙ୍କର ନମୁନା ସଂଗ୍ରହ କରାଯାଇ କୋଭିଡ଼ ପରୀକ୍ଷା କରାଯାଇ ଥିବାବେଳେ ସେଥିମଧ୍ୟରୁ 5,657 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି l ମୋଟ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ 5489 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି l ବର୍ତ୍ତମାନ ସୁଦ୍ଧା 125 ଜଣ ସକ୍ରିୟ ଆକ୍ରାନ୍ତଙ୍କ ମଧ୍ୟରୁ 103 ଜଣ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି l


ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details