ଓଡିଶା

odisha

ETV Bharat / state

ନବରଙ୍ଗପୁରରୁ ସର୍ବାଧିକ 133 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ - ନବରଙ୍ଗପୁରରୁ

ଦିନକୁ ଦିନ ନବରଙ୍ଗପୁରରେ କୋରୋନା ମାମଲା ବଢି ବଢି ଚାଲିଛି । ଏହି କ୍ରମରେ ରବିବାର ଜିଲ୍ଲାରେ ପୁଣି ସର୍ବାଧିକ 133 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2878କୁ ବୃଦ୍ଧି ପାଇଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ନବରଙ୍ଗପୁରରୁ ସର୍ବାଧିକ 133 ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ
ନବରଙ୍ଗପୁରରୁ ସର୍ବାଧିକ 133 ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

By

Published : Sep 20, 2020, 3:52 PM IST

ନବରଙ୍ଗପୁର: ଦିନକୁ ଦିନ ନବରଙ୍ଗପୁରରେ କୋରୋନା ମାମଲା ବଢି ବଢି ଚାଲିଛି । ଏହି କ୍ରମରେ ରବିବାର ଜିଲ୍ଲାରେ ପୁଣି ସର୍ବାଧିକ 133 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2878କୁ ବୃଦ୍ଧି ପାଇଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ନବରଙ୍ଗପୁରରୁ ସର୍ବାଧିକ 133 ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ରବିବାର ଚିହ୍ନଟ 1330 ଆକ୍ରାନ୍ତଙ୍କ ମଧ୍ୟରୁ ନବରଙ୍ଗପୁର ପୌରାଞ୍ଚଳରୁ 43 ଜଣ, ତେନ୍ତୁଳିଖୁଣ୍ଟି ବ୍ଲକରୁ 26 ଜଣ, ଉମରକୋଟ ପୌରାଞ୍ଚଳରୁ 14 ଜଣ, ନବରଙ୍ଗପୁର ବ୍ଲକରୁ 12 ଜଣ, ନନ୍ଦାହାଣ୍ଡି ବ୍ଲକରୁ 11ଜଣ, ପାପଡାହାଣ୍ଡି ବ୍ଲକରୁ 10 ଜଣ, ଡାବୁଗାଁ ବ୍ଲକରୁ 8 ଜଣ, କୋଷାଗୁମୁଡା ବ୍ଲକରୁ 3 ଜଣ, ରାଇଘର ବ୍ଲକରୁ 3 ଜଣ, ଝରିଗାଁ ବ୍ଲକରୁ 2 ଜଣ, ଚନ୍ଦାହାଣ୍ଡି ବ୍ଲକରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 1922 ଜଣ ଆକ୍ରାନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 944 ଆକ୍ରାନ୍ତ ଏବେବି ଚିକିତ୍ସାଧୀନ ରହିଛନ୍ତି । ଏହାଛଡା ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ 60,559 କୋରୋନା ଟେଷ୍ଟ କରାଯାଇଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details