ଓଡିଶା

odisha

By

Published : Sep 25, 2020, 2:26 PM IST

ETV Bharat / state

ପୁଣି ନବରଙ୍ଗପୁରରୁ 131 କୋରୋନା ଆକ୍ରାନ୍ତ ଚିହ୍ନଟ

ପୁଣି ନବରଙ୍ଗପୁର ଜିଲ୍ଲାରୁ ଚିହ୍ନଟ ହେଲେ 131 ନୂଆ କୋରୋନା ଆକ୍ରାନ୍ତ । ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3258କୁ ବୃଦ୍ଧି ପାଇଛି ।

ପୁଣି ନବରଙ୍ଗପୁରରୁ  131 କୋରୋନା ଆକ୍ରାନ୍ତ ଚିହ୍ନଟ
ପୁଣି ନବରଙ୍ଗପୁରରୁ 131 କୋରୋନା ଆକ୍ରାନ୍ତ ଚିହ୍ନଟ

ନବରଙ୍ଗପୁର: ପୁଣି ନବରଙ୍ଗପୁର ଜିଲ୍ଲାରୁ ଚିହ୍ନଟ ହେଲେ 131 ନୂଆ କୋରୋନା ଆକ୍ରାନ୍ତ । ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3258କୁ ବୃଦ୍ଧି ପାଇଛି ।

ଶୁକ୍ରବାର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ନବରଙ୍ଗପୁର ପୌରାଞ୍ଚଳରୁ 66 ଜଣ, ତେନ୍ତୁଳୀଖୁଣ୍ଟି ବ୍ଲକରୁ 20 ଜଣ, ଉମରକୋଟ ପୌରାଞ୍ଚଳରୁ 11 ଜଣ, ପାପଡାହାଣ୍ଡି ବ୍ଲକରୁ 9 ଜଣ , ଉମରକୋଟ ବ୍ଲକରୁ 7 ଜଣ, ରାଇଘର ବ୍ଲକରୁ 7 ଜଣ, ନନ୍ଦାହାଣ୍ଡି ବ୍ଲକରୁ 4 ଜଣ, ଡାବୁଗାଁ ବ୍ଲକରୁ 3 ଜଣ, ଝରିଗାଁ ବ୍ଲକରୁ 3 ଜଣ ଏବଂ ନବରଙ୍ଗପୁର ବ୍ଲକରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ପୁଣି ନବରଙ୍ଗପୁରରୁ 131 କୋରୋନା ଆକ୍ରାନ୍ତ ଚିହ୍ନଟ

ଏପଟେ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 2322ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 918 ଆକ୍ରାନ୍ତ ଏବେବି ଚିକିତ୍ସିତ ହେଉଛନ୍ତି । ଜିଲ୍ଲାରେ ଏଯାବତ୍ 64331ଜଣଙ୍କ ସ୍ୱାବ୍ ସଂଗ୍ରହ କରି ପରୀକ୍ଷା କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details