ଓଡିଶା

odisha

By

Published : Jun 25, 2020, 8:17 PM IST

ETV Bharat / state

ଡକାୟତ ଗ୍ୟାଙ୍ଗର ୧୨ ସଦସ୍ୟ ଗିରଫ

ଗତ ୨୦ ଦିନ ଧରି ଏହି ଗ୍ୟାଙ୍ଗର ସଦସ୍ୟମାନେ ବିଭିନ୍ନ ମାରଣାସ୍ତ୍ର ଦେଖାଇ ସାଧାରଣ ଲୋକଙ୍କୁ ଭୟଭୀତ କରି ଲୁଣ୍ଠନ କରୁଥିଲେ । ଏମାନଙ୍କ ନିକଟରୁ ୧ ଲକ୍ଷ ୧୨ ହଜାର ଟଙ୍କା, ସୁନା ଓ ରୁପା ଗହଣା ସହ, ଗୋଟିଏ ପିସ୍ତଲ, ଭୁଜାଲି ଓ ଛୁରୀ, ୫ ଟି ମୋବାଇଲ ଜବତ କରିଥିବା ଏସପି ପ୍ରେସମିଟରେ ସୂଚନା ଦେଇଛନ୍ତି ।

robbery gang
ଡକାୟତ ଗ୍ୟାଙ୍ଗ ୧୨ ସଦସ୍ୟ ଗିରଫ

ନବରଙ୍ଗପୁର: ଡକାୟତି ଗ୍ୟାଙ୍ଗର ପର୍ଦାଫାଶ କଲା ପୋଲିସ । ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲୋକଙ୍କ ଠାରୁ ଡକାୟତି ଅଭିଯୋଗରେ ଏକ ଡକାୟତ ଗ୍ୟାଙ୍ଗର ୧୨ ଜଣ ସଦସ୍ୟକୁ ଗିରଫ କରିଛି ନବରଙ୍ଗପୁର ପୋଲିସ । ଏ ସମ୍ବନ୍ଧରେ ନବରଙ୍ଗପୁର ଏସପି ନିତିନ କୁଶଲକର ସୂଚନା ଦେଇଛନ୍ତି ।

ଡକାୟତ ଗ୍ୟାଙ୍ଗ ୧୨ ସଦସ୍ୟ ଗିରଫ

ଗତ ୨୦ ଦିନ ଧରି ଏହି ଗ୍ୟାଙ୍ଗର ସଦସ୍ୟମାନେ ବିଭିନ୍ନ ମାରଣାସ୍ତ୍ର ଦେଖାଇ ସାଧାରଣ ଲୋକଙ୍କୁ ଭୟଭୀତ କରି ଲୁଣ୍ଠନ କରୁଥିଲେ । ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଅଞ୍ଚଳର କ୍ଷୀରସିନ୍ଧୁ ବୀନଧାଣୀ ନାମକ ଏକ ବ୍ୟକ୍ତି ମାଷ୍ଟର ମାଇଣ୍ଡ ସାହାଯ୍ୟରେ କୋରାପୁଟ ଜିଲ୍ଲାର ଜୟପୁର, କୋଟପାଡ଼, ନୂଆଗାଁ, ବୋରିଗୁମ୍ମା ଓ ଏହାର ଆଖପାଖ ଅଞ୍ଚଳର ଅନେକ ଡକାୟତ ମିଶି ଏକ ଗ୍ୟାଙ୍ଗ ତିଆରି କରି ଡକାୟତ କରୁଥିଲେ ।

ଜବର ଅସ୍ତ୍ରଶସ୍ତ୍ର

ଏହି ଡକାୟତଙ୍କ ଆକ୍ରମଣରେ ଅନେକ ଲୋକେ ଆହତ ହୋଇ ଚିକିତ୍ସିତ ହେଉଥିବା ଏସପି ପ୍ରେସମିଟରେ ସୂଚନା ଦେଇଛନ୍ତି । ଅଭିଯୋଗ ପାଇବା ପରେ ନବରଙ୍ଗପୁର ଏସପିଙ୍କ ଦ୍ଵାରା ଏକ ସ୍ବତନ୍ତ୍ର ଟିମ ଗଠନ କରି ଏହି ଡକାୟତି ଗ୍ୟାଙ୍ଗର ସଦସ୍ୟଙ୍କୁ ଗିରଫ କରିଛି ।

ଗିରଫ ଡକାୟତଙ୍କ ନିକଟରୁ ୧ ଲକ୍ଷ ୧୨ ହଜାର ଟଙ୍କା, ସୁନା ଓ ରୁପା ଗହଣା ସହ, ଗୋଟିଏ ପିସ୍ତଲ, ଭୁଜାଲି ଓ ଛୁରୀ, ୫ ଟି ମୋବାଇଲ ଜବତ କରିଥିବା ଏସପି ପ୍ରେସମିଟରେ ସୂଚନା ଦେଇଛନ୍ତି । ଗ୍ରୁପର ଅନ୍ୟକିଛି ସଦସ୍ୟ ଫେରାର ଥିବା ଏସପି କହିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details