ନବରଙ୍ଗପୁର:ରାଜ୍ୟରେ କୋରୋନା ସଂକ୍ରମଣ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ଏପଟେ ଗତ କିଛି ଦିନ ତଳେ ନବରଙ୍ଗପୁର ଜିଲ୍ଲାରେ ନୂଆ ଦୈନିକ ସଂକ୍ରମଣ 100 ତଳେ ରହିଥିବାବେଳେ ଗୁରୁବାର ଏହି ସଂଖ୍ୟାରେ ସାମାନ୍ୟ ବୃଦ୍ଧି ପାଇଛି । ତେବେ ଗୁରୁବାର ଜିଲ୍ଲାରେ 108 ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଝରିଗାଁ ବ୍ଲକରୁ 24 ଜଣ, ରାଇଘର ବ୍ଲକରୁ 21 ଜଣ ଏବଂ ଉମରକୋଟ ବ୍ଲକରୁ 17 ଜଣ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ପାପଡାହାଣ୍ଡି ବ୍ଲକରୁ 13 ଜଣ, ନବରଙ୍ଗପୁର ବ୍ଲକରୁ 10 ଜଣ, ନବରଙ୍ଗପୁର ପୌରାଞ୍ଚଳ ଓ କୋଷାଗୁମୁଡା ବ୍ଲକରୁ 6 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ।
ସେହିପରି ଉମରକୋଟ ପୌରାଞ୍ଚଳ ଓ ତେନ୍ତୁଳିଖୁଣ୍ଟି ବ୍ଲକରୁ 4 ଜଣ ଲେଖାଏଁ, ଚନ୍ଦାହାଣ୍ଡି ବ୍ଲକରୁ 2 ଜଣ ଏବଂ ନନ୍ଦାହାଣ୍ଡି ବ୍ଲକରୁ ଜଣେ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି l ଜିଲ୍ଲାରେ ଆଜକୁ ସମୁଦାୟ 3 ଲକ୍ଷ 10 ହଜାର 272 ଜଣଙ୍କ ନମୁନା ସଂଗ୍ରହ କରାଯାଇ କୋଭିଡ ପରୀକ୍ଷା କରାଯାଇଥିବା ବେଳେ ସମୁଦାୟ 22 ହଜାର 442 ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି l