ନବରଙ୍ଗପୁର: ସରକାର ପଲିଥିନ ବ୍ୟାନ କରିବା ପରେ ବି ବେଧଡକ ଚାଲିଛି ପଲିଥିନ ବ୍ୟବହାର । ନବରଙ୍ଗପୁର ସହରରେ ପଲିଥିନକୁ ନିଷିଦ୍ଧ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢାଉ ଜାରି ରହିଛି । ସହରର ଗାୟତ୍ରୀ ନଗରସ୍ଥିତ ଏକ ଘରୁ ୧୦ କ୍ବିଣ୍ଟାଲ ପଲିଥିନ ଜବତ କରାଯାଇଛି ।
ବ୍ୟାନ ପରେ ବି ଚାଲିଛି ବ୍ୟବହାର, ୧୦ କ୍ବିଣ୍ଟାଲ ପଲିଥିନ ଜବତ - ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢାଉ
ପ୍ରଶାସନ ନିର୍ଦ୍ଦେଶକୁ ଫୁ କରିଦେଇଛନ୍ତି ସହରବାସୀ । ନବରଙ୍ଗପୁରରେ ଏବେ ବି ଚାଲିଛି ପଲିଥିନ ବ୍ୟବହାର ।
ଦୀର୍ଘ ୧୫ ଦିନ ଧରି ସହର ମଧ୍ୟରେ ଥିବା ବିଭିନ୍ନ ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ ଓ ହୋଟେଲରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ାଉ ଜାରି ରହିଛି । ସୂଚନା ଅନୁଯାୟୀ ନବରରଙ୍ଗପୁର କିଛି ଦୋକାନରୁ ଜୋରିମାନା ବି ଆଦାୟ କରାଯାଇଛି ।
ନବରଙ୍ଗପୁର ଉପଜିଲ୍ଲାପାଳ, ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ, ମ୍ୟୁନିସିପାଲିଟି କର୍ମଚାରୀ ଓ ପୋଲିସ ପ୍ରଶାସନ ପକ୍ଷରୁ ମିଳିତ ଭାବେ ସହରର ବିଭିନ୍ନ ଦୋକାନରେ ଚଢ଼ାଉ କରାଯାଉଛି । ଅନ୍ୟପଟେ ବ୍ୟବସାୟୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ନବରଙ୍ଗପୁରରୁ ତପନ ବିଷୋୟୀ,ଇଟିଭି ଭାରତ