ଓଡିଶା

odisha

ETV Bharat / state

ଟଙ୍କା ପାଇଁ ଯୁବକଙ୍କୁ ଛୁରୀ ଭୁଷି ହତ୍ୟା ଘଟଣା, ୨ ଗିରଫ - ରାଇରଙ୍ଗପୁର ଖବର

ଟଙ୍କା ପାଇଁ ଯୁବକଙ୍କୁ ଛୁରୀ ଭୁଷି ହତ୍ୟା ଘଟଣା । ଓଡିଶା ଓ ଝାଡ଼ଖଣ୍ଡ ସୀମା ଝାରବେଡା ନିକଟରେ ଯୁବକଙ୍କୁ ଛୁରୀ ଭୁଷି ନିର୍ମମ ଭାବେ କରାଯାଇଥିଲା ହତ୍ୟା । ଅଧିକ ପଢ଼ନ୍ତୁ

ଟଙ୍କା ପାଇଁ ଯୁବକଙ୍କୁ ଛୁରୀ ଭୁଷି ହତ୍ୟା ଘଟଣା, ୨ ଗିରଫ
ଟଙ୍କା ପାଇଁ ଯୁବକଙ୍କୁ ଛୁରୀ ଭୁଷି ହତ୍ୟା ଘଟଣା, ୨ ଗିରଫ

By

Published : Nov 15, 2022, 11:07 PM IST

Updated : Nov 16, 2022, 9:43 PM IST

ରାଇରଙ୍ଗପୁର : ଟଙ୍କା ପାଇଁ ଯୁବକଙ୍କୁ ଛୁରୀ ଭୁଷି ହତ୍ୟା ଘଟଣା । ଓଡିଶା ଓ ଝାଡ଼ଖଣ୍ଡ ସୀମା ଝାରବେଡା ନିକଟରେ ଯୁବକଙ୍କୁ ଛୁରୀ ଭୁଷି ନିର୍ମମ ଭାବେ କରାଯାଇଥିଲା ହତ୍ୟା । ଏହି ଘଟଣା ସମ୍ପର୍କରେ ଆଜି ପର୍ଦ୍ଦାଫାଶ କରିଛି ପୋଲିସ। ଏହାସହ ଏଥିରେ ସମ୍ପୃକ୍ତ ଥିବା ୨ଜଣ ହତ୍ୟାକାରୀକୁ ମଧ୍ୟ ଗିରଫ କରିଛି ।

ଟଙ୍କା ପାଇଁ ଯୁବକଙ୍କୁ ଛୁରୀ ଭୁଷି ହତ୍ୟା ଘଟଣା, ୨ ଗିରଫ

ଗିରଫ ଦ୍ବୟ ହେଲେ ତାଳଗାଁ ଗ୍ରାମର ଭବାନୀ ଶଙ୍କର ବାରିକ ଓ ବଡ଼ବିଲ ଅଞ୍ଚଳର ବିଶ୍ୱାଳ କୁମାର କର୍ମକାର। ତେବେ ଟଙ୍କା ପାଇଁ ଯୁବକଙ୍କୁ ଏମାନେ ହତ୍ୟା କରିଥିବାନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କରଞ୍ଜିଆ ଏସଡିପିଓ ସୁଦର୍ଶନ ଗାଙ୍ଗୋଇ । ଗତ ୭ ତାରିଖ ଦିନ ବିଳମ୍ବିତ ରାତିରେ ଝାଡ଼ଖଣ୍ଡ ମାଞ୍ଝାରୀ ଥାନା ଫଟାଟାଙ୍ଗ ଗ୍ରାମର ଶ୍ରୀଧର ପାରିୟାଙ୍କୁ ଟଙ୍କା ପାଇଁ ଦୁଇ ଜଣ ସାଙ୍ଗ ଝାରବେଡା ନିକଟରେ ଛୁରୀ ଭୁଷି ନିର୍ମମ ଭାବେ ହତ୍ୟା କରିଥିଲେ । ପରେ ରାସ୍ତାକଡ଼ ବୁଦାମୂଳେ ଫିଙ୍ଗିଦେଇ ମୃତକଙ୍କ ବାଇକ ଧରି ଘଟଣା ସ୍ଥଳରୁ ଖସି ଯାଇଥିଲେ ଦୁର୍ବୃତ୍ତ ।

ଏହି ଘଟଣା ଜଣାପଡ଼ିବା ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଏନେଇ ବାରିପଦାର ସାଇଣ୍ଟିଫିକ ଟିମ୍ ଏବଂ ଯଶିପୁର ପୋଲିସର ତଦନ୍ତ ପରେ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ୨ ଜଣଙ୍କୁ ଝାରଖଣ୍ଡ ଏବଂ ଓଡ଼ିଶାରୁ ଗିରଫ କରିଥିଲା ପୋଲିସ । ଏହାପରେ ପୋଲିସ ଆଗରେ ସବୁ ସତ ମାନିଥିଲେ ଦୁଇ ଅଭିଯୁକ୍ତ । ଏନେଇ ପୋଲିସ ଉଭୟଙ୍କ ନାଁରେ ମାମଲା ରୁଜୁ କରି କୋର୍ଟଚାଲାଣ କରିଛି ଯଶିପୁର ଥାନା ପୋଲିସ । ଏପରିକି ହତ୍ୟାକାରୀଙ୍କ ପାଖରୁ ୧ ଲକ୍ଷ ୪୦ ହଜାର ଟଙ୍କା ସହିତ ଗୋଟିଏ ବାଇକ ଏବଂ ଟାଟା ମ୍ୟାଜିକ ଗାଡି ମଧ୍ୟ ଜବତ କରିଛି ପୋଲିସ ।

ସୂଚନାନୁସାରେ, ଫଟାଟାଙ୍ଗ ଗ୍ରାମର ଶ୍ରୀଧର ପାରିୟା ନିଜ ପାଇଁ ଏକ ବନ୍ଧୁକ ଏବଂ ଗୁଳି କିଣିବା ପାଇଁ ଜାମଦା ଥାନା ଅନ୍ତର୍ଗତ ତାଳଗାଁ ଗ୍ରାମର ଭବାନୀଶଙ୍କର ବାରିକକୁ ଯୋଗାଯୋଗ କରିଥିଲେ । ଏନେଇ ଯେତେ ଟଙ୍କା ଦରକାର ତାହା ଦିଆଯିବ ବୋଲି ଶ୍ରୀଧର କହିଥିଲେ । ଏହାଶୁଣି ଭବାନୀ ମନରେ ଟଙ୍କାର ଲୋଭ ଉଠିଥିଲା । ଅଧିକ ଟଙ୍କା ପାଇବା ପାଇଁ ଶ୍ରୀଧରକୁ ବନ୍ଧୁକ ଯୋଗାଡ କରିକି ଦେବ ବୋଲି କହିଥିଲା ଭବାନୀ ।

ଏହାପରେ ଶ୍ରୀଧରକୁ ଚକ୍ରାନ୍ତ କରି ଡାକିବା ସହିତ ଟଙ୍କା ନେଇ ଆସିବା ପାଇଁ କହିଥିଲା ଭବାନୀ । ଶ୍ରୀଧର ଭବାନୀ ଠାରୁ ଫୋନ୍ ପାଇବା କ୍ଷଣି ତୁରନ୍ତ ଘରୁ ଟଙ୍କା ନେଇ ପଳାଇଯାଇଥିଲେ । ସେପେଟ ପୂର୍ବରୁ ଏଥିପାଇଁ ପ୍ରସ୍ତୁତ ହୋଇ ରହିଥିବା ବଡ଼ବିଲ ଅଞ୍ଚଳର ବିଶ୍ୱାଳ କୁମାର କର୍ମକାର ଶ୍ରୀଧରକୁ ବନ୍ଧୁକ ଦେବ କହି ଫୋନ କରିଥିଲା । ଶ୍ରୀଧର, ବିଶ୍ୱାଳ କୁମାର କର୍ମକାରର କଥା ହିସାବରେ ତାଙ୍କ ସହ ବାଇକରେ ବସି ଇଟଘର ନିକଟରୁ ଝାରବେଡା ଯାଇଥିଲେ । ହେଲେ ସେଠାରେ ପହଞ୍ଚି ଶ୍ରୀଧର, ବିଶ୍ୱାଳ କୁମାରକୁ ବନ୍ଧୁକ ମାଗିଥିଲେ । କିନ୍ତୁ ବିଶ୍ୱାଳ କୁମାର, ଶ୍ରୀଧରଙ୍କୁ ବନ୍ଧୁକ ଦେଇନଥିଲା । ଏନେଇ ଶ୍ରୀଧର ବିଶ୍ୱାଳ କୁମାର ସହ ବଚସା କରିବା ଆରମ୍ଭ କରିଥିଲେ ।

ଏହାପରେ ବିଶ୍ୱାଳ କୁମାର ଶ୍ରୀଧରଙ୍କୁ ଏକ ଛୁରୀ ସାହାଯ୍ୟରେ ଅତି ନିର୍ମମ ଭାବେ ହତ୍ୟା କରିଥିଲା । ଏହାସହ ଶ୍ରୀଧର ଧରିଥିବା ନଗଦ ୪ଲକ୍ଷ ଟଙ୍କା ଲୁଟି ନେଇ ଖସି ପଳାଇ ଯାଇଥିଲେ ୨ ଅଭିଯୁକ୍ତ ଭବାନୀ ଓ ବିଶ୍ୱାଳ କୁମାର । ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ମୟୂରଭଞ୍ଜ ଆରକ୍ଷୀ ଅଧୀକ୍ଷକଙ୍କ ତତ୍ତ୍ୱାବଧାନରେ କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ ସୁଦର୍ଶନ ଗାଙ୍ଗଇ, ତିରିଂ ଥାନା ଅଧିକାରୀ ଭାସ୍କର ପ୍ରଧାନ, ଯଶିପୁର ଥାନା ଅଧିକାରୀ ପଞ୍ଚାନନ ମହାନ୍ତି ସାମିଲ ହୋଇ ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରି ଅଭିଯୁକ୍ତ ଦ୍ବୟକୁ ଗିରଫ କରିବାରେ ସଫଳ ହୋଇଛନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର

Last Updated : Nov 16, 2022, 9:43 PM IST

ABOUT THE AUTHOR

...view details