ବାରିପଦା: ‘ସରକାର ମୋତେ ରୋଜଗାର ଦିଅ’ ନାରା ଦେଇ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଯୁବପିଢି ।ନିଯୁକ୍ତି ଦାବି ସହ ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରରେ ବିକାଶ, ବନ୍ୟଜାତ ଦ୍ରବ୍ଯର ଉଚିତ ବ୍ୟବସାୟ କରଣ ପାଇଁ ଅଣରାଜନୈତିକ ସଙ୍ଗଠନ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି ।
ରୋଜଗାର ଦାବିରେ ଧାରଣାରେ ବସିଲେ ଯୁବପିଢି - ରୋଜଗାର ଦାବି
‘ସରକାର ମୋତେ ରୋଜଗାର ଦିଅ’ ନାରା ଦେଇ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଯୁବପିଢି। ନିଯୁକ୍ତି ଦାବି ସହ ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରରେ ବିକାଶକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ଅଧିକ ପଢନ୍ତୁ...
ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶତାଧିକ ଯୁବକ ଯୁବତୀ ଧାରଣାରେ ବସିଥିଲେ। ମୟୂରଭଞ୍ଜ ଭଳି ଆଦିବାସୀ ବହୁଳ ଜିଲ୍ଲାରେ କୌଣସି କଳକାରଖାନା ନଥିବାରୁ ଲୋକେ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି । ଜିଲ୍ଲାରେ ପ୍ରାକୃତିକ ସମ୍ପଦ ଭରପୁର ଥିଲେ ମଧ୍ୟ ସେଗୁଡ଼ିକର ସଠିକ୍ ବିନିଯୋଗ ହେଉନଥିବା ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି । ସେହିପରି ଜିଲ୍ଲାରେ କାଗଜ ତିଆରି କାରଖାନା ପ୍ରତିଷ୍ଠା, ଶିମିଳିପାଳ ଜାତୀୟ ଉଦ୍ୟାନ ପାଦଦେଶରେ ପର୍ଯ୍ୟଟନ ଶିଳ୍ପର ବିକାଶ ସାଙ୍ଗକୁ ଜିଲ୍ଲାରେ ବନ୍ଦ ପଡିଥିବା ଶିଳ୍ପାନୁଷ୍ଠାନ ଗୁଡ଼ିକର ପୁନରୁଦ୍ଧାର ପାଇ ଆନ୍ଦୋଳନକାରୀ ଦାବି କରିଛନ୍ତି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ