ଓଡିଶା

odisha

ETV Bharat / state

ବଡଦିନରେ ଅଘଟଣ: ଭୀମକୁଣ୍ଡରେ ଭାସିଗଲେ ଯୁବକ - ବଡଦିନରେ ଅଘଟଣ

ମୟୂରଭଞ୍ଜ ଜିଲ୍ଲା ଭୀମକୁଣ୍ଡକୁ ପିକନିକ କରିବା ପାଇଁ ଆସି ଗାଧୋଉଥିବା ବେଳେ ଜଣେ ଯୁବକ ନିଖୋଜ ହୋଇଛନ୍ତି । ତାଙ୍କ ପରିଚୟ ମିଳି ପାରିନଥିବା ବେଳେ ତାଙ୍କୁ ଖୋଜିବା ଉଦ୍ୟମ ଜାରି ରହିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

youth missing
ଭୀମକୁଣ୍ଡରେ ଭାସିଗଲେ ଯୁବକ, ଲୋକେ ସାଜିଲେ ଦେଖଣାହାରୀ

By

Published : Dec 25, 2019, 11:26 PM IST

ରାଇରଙ୍ଗପୁର: ବଡଦିନରେ ଅଘଟଣ । ଭୀମକୁଣ୍ଡରେ ଗାଧୋଉଥିବା ବେଳେ ଭାସିଗଲେ ପର୍ଯ୍ୟଟକ । ଲୋକେ ଚାତକ ଭଳି ଚାହୁଁଥିଲେ ବି ଯୁବକଙ୍କୁ ଉଦ୍ଧାର କରି ପାରିନଥିଲେ । ବର୍ତ୍ତମାନ ସୁଦ୍ଧା ଯୁବକଙ୍କ ପରିଚୟ ମିଳି ପାରିନାହିଁ । ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ଭୀମକୁଣ୍ଡରେ ଭାସିଗଲେ ଯୁବକ, ଲୋକେ ସାଜିଲେ ଦେଖଣାହାରୀ

ଆଜି ବଡଦିନ ଥିବାରୁ କେନ୍ଦୁଝର ଜିଲ୍ଲାରୁ କିଛି ଯୁବକ ପିକନିକ କରିବା ପାଇଁ ଆସି ଭୀମକୁଣ୍ଡକୁ ଆସିଥିଲେ । ହେଲେ ସେମାନେ ସାନକୁଣ୍ଡରେ ଗାଧୋଉଥିବା ସମୟରେ ପ୍ରଖର ଜଳସ୍ରୋତରେ ଭାସିଯାଇଥିଲେ ଜଣେ ଯୁବକ । ତେବେ ଗଭୀର ଜଳରେ ଯୁବକ ଜଣକ ଭାସି ଯାଉଥିବା ବେଳେ ଲୋକେ ଚାତକପରି ଚାହିଁ ବସିଥିଲେ ବି କେହି ଉଦ୍ଧାର କରିବା ପାଇଁ ସାହସ କରି ପାରିନଥିଲେ । ଭୀମକୁଣ୍ଡରେ ପ୍ରତ୍ୟେକ ବର୍ଷ ପିକନିକ ଋତୁରେ ଏପରି ଅଘଟଣ ଘଟୁଥଲେ ବି ପ୍ରଶାସନ ପକ୍ଷରୁ ସେପରି ସୁରକ୍ଷା ବ୍ୟବସ୍ଥା କଡାକଡି ନ କରୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details