ରାଇରଙ୍ଗପୁର:କାଳ ହେଲା ସେଲ୍ଫି । ଗୋଡ ଖସିଯିବାରୁ ସୀତାକୁଣ୍ଡରେ ବୁଡି ଯୁବକ ମୃତ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅଞ୍ଚଳର ସୀତାକୁଣ୍ଡ ଜଳପ୍ରପାତରେ । ମୃତକ ଜଣଙ୍କ ହେଉଛନ୍ତି ବାରିପଦା ସ୍ଥିତ ୱାର୍ଡ ନମ୍ବର 15 ପୂର୍ଣ୍ଣଚନ୍ଦ୍ରପୁରର ଅଳିନ ବାଗଙ୍କ ପୁଅ ଘନଶ୍ୟାମ ବାଗ, ବୟସ 22 ବର୍ଷ ।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି (ବୁଧବାର) ଅପରାହ୍ନରେ ଘନଶ୍ୟାମ ତାଙ୍କ ସାନ ଭାଇ ଓ ଅନ୍ୟ ଦୁଇ ଜଣ ସାଙ୍ଗ ସହିତ ବାରିପଦା ସହର ନିକଟସ୍ଥ ସୀତାକୁଣ୍ଡ ଜଳପ୍ରପାତକୁ ବୁଲିବାକୁ ଯାଇଥିଲେ । ସେହି ସମୟରେ ସୀତାକୁଣ୍ଡର ଉପର ମୁଣ୍ଡରୁ ସାଙ୍ଗ ମାନଙ୍କ ସହିତ ସେଲ୍ଫି ନେଉଥିବା ବେଳେ ଅସାବଧାନତା ବସତଃ ଘନଶ୍ୟାମଙ୍କ ଗୋଡ଼ ଖସି ଯାଇଥିଲା । ଫଳରେ ପଥରରେ ପିଟି ହୋଇ ପ୍ରାୟ ୧୦୦ ଫୁଟ ତଳେ ଥିବା ସୀତାକୁଣ୍ଡରେ ପଡି ବୁଡି ଯାଇଥିଲେ ଘନଶ୍ୟାମ । ଏନେଇ ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । କିଛି ସମୟ ପରେ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଖୋଜା ଖୋଜି କରିବା ପରେ ପାଣି ମଧ୍ୟରୁ ଘନଶ୍ୟାମକୁ ଉଦ୍ଧାର କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ-ନଦୀ ମଝିରେ ସେଲ୍ଫି ନେବା ହେଲା କାଳ, ପାଣିରେ ବୁଡି ଛାତ୍ର ମୃତ