ଓଡିଶା

odisha

ETV Bharat / state

ବିଦ୍ୟୁତ୍ ଆଘାତରେ ଯୁବକ ମୃତ

ବିଦ୍ୟୁତ୍ ଆଘାତ ଲାଗି ଯୁବକଙ୍କ ମୃତ୍ୟୁ । ମୃତ ଯୁବକ ହେଲେ ମୟୂରଭଞ୍ଜ ଜିଲ୍ଲା ଏଦେଲାବେଡା ଗାଁ ସାଲଖୁ ବାସ୍କୋ । ସେ ବିଦ୍ୟୁତ୍‌ ଖୁଣ୍ଟରେ ଚଢିବା ବେଳେ ଘଟିଛି ଏହି ଅଘଟଣ ।

By

Published : Aug 17, 2019, 9:13 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର: ବିଦ୍ୟୁତ୍ ଖୁଣ୍ଟରେ ଚଢିବା ହେଲା କାଳ । ବିଦ୍ୟୁତ ଆଘାତ ଲାଗି ଯୁବକଙ୍କ ମୃତ୍ୟୁ ଅଭିଯୋଗ । ଏଭଳି ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଏଦେଲାବେଡା ଗାଁରେ । ମୃତକ ହେଲେ ସାଲଖୁ ବାସ୍କୋ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ସୂଚନା ଅନୁଯାୟୀ, ବିଦ୍ୟୁତ୍‌ ତାର ସଜାଡିବା ପାଇଁ ଚଢିଥିଲେ ସାଲଖୁ । ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ଆଘାତ ପାଇ ତଳେ ପଡିଯାଇଥିଲେ । ତୁରନ୍ତ ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏନେଇ ବିଶୋଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details