ଓଡିଶା

odisha

ETV Bharat / state

ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଦବଙ୍ଗଗିରି; ଯୁବକଙ୍କୁ ନିସ୍ତୁକ ପିଟିଲେ, ଗଛରେ ବାନ୍ଧିଲେ

ହଜିଯାଉଛି ମାନବିକତା । ରାଗ ଆଉ କ୍ରୋଧର ବଶବର୍ତ୍ତି ହୋଇ ଦିନକୁ ଦିନ ଅମାନବୀୟ କାଣ୍ଡ ଘଟାଇ ଚାଲିଛନ୍ତି କିଛି ମଣିଷ । ରାଇରଙ୍ଗପୁରରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା ।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

By

Published : Jul 14, 2019, 2:46 AM IST

ରାଇରଙ୍ଗପୁର: ଯୁବକକୁ ଗଛରେ ବାନ୍ଧି ନିସ୍ତୁକ ପିଟିଲେ ଜନୈକ ଅବସରପ୍ରାପ୍ତ ସେନା କର୍ମଚାରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ରରୁଆଁ ଥାନା ଅନ୍ତର୍ଗତ ଉସ୍କିପାଳ ଗାଁରେ । ତୋଫାନ ଚାତାର ନାମକ ଯୁବକକୁ ଉକ୍ତ ଗାଁର ଜନୈକ ଅବସରପ୍ରାପ୍ତ ସେନା କର୍ମଚାରୀ ସାମାନ୍ୟ ବଚସାକୁ ନେଇ ନିସ୍ତୁକ ପିଟିବା ସହିତ ଏକ ଗଛରେ ୩ ଘଣ୍ଟାରୁ ଅଧିକ ବାନ୍ଧି ରଖିଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ଏହି ଘଟଣା ପ୍ରଘଟ ହେବା ପରେ ଗାଁର ଲୋକେ ଯୁବକଙ୍କୁ ଉଦ୍ଧାର କରିଥିଲେ । ଏନେଇ ଯୁବକ ଜଣକ ଥାନାର ଦ୍ୱାରସ୍ତ ହୋଇଛନ୍ତି । ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

ତେବେ କିଛିଦିନ ପୂର୍ବରୁ କରଞ୍ଜିଆ ଅଞ୍ଚଳରେ ଏକ ପ୍ରେମୀ ଯୁଗଳଙ୍କୁ ଲଣ୍ଡାକରି ଗାଁରେ ବୁଲାଇବା ଘଟଣା ମନରୁ ନଲିଭୁଣୁ ପୁଣି ଏପରି ଏକ ଅମାନବୀୟ ଘଟଣା ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଦ୍ଵାରା ହୋଇଥିବା ବୁଦ୍ଧିଜୀବୀଙ୍କ ମହଲରେ ନିନ୍ଦାର ବିଷୟ ପାଲଟିଛି । ସେହିପରି ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମଧ୍ୟ ସାଧାରଣରେ ଦାବି ହୋଇଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details