ବାରିପଦା:ପୋଲିସ ହାବୁଡରେ ପଡିଲା ୪୨୦ ଠକ । ରୂପସଜ୍ଜା ସାମଗ୍ରୀ ବିକ୍ରୟ ସଂସ୍ଥା ଖୋଲି କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଠକିଥିଲା । ଗିରଫ ଅଭିଯୁକ୍ତ ହେଲା ବୈଶିଙ୍ଗା ଅଞ୍ଚଳର ଚୁନଝୁନ ଓରଫ୍ ସୀତାକାନ୍ତ ମହାପାତ୍ର । ବର୍ଷକରେ ଦୁଇଗୁଣ ପଇସା ଦେବ କହି ଗ୍ରାହକଙ୍କୁ ଭୁଆଁ ବୁଲାଇବା ସହ ଟଙ୍କା ବି ଚଳୁ କରୁଥିଲା ।
ସୂଚନା ମୁତାବକ, ବୈଶିଙ୍ଗା ଅଞ୍ଚଳର ଚୁନଝୁନ ଓରଫ୍ ସୀତାକାନ୍ତ ମହାପାତ୍ର(୪୬) ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ବିୟୁଟିପାର୍ଲରକୁ ରୂପସଜ୍ଜା ସାମଗ୍ରୀ ଯୋଗାଉଥିଲା । କିଛି ଦିନ ପରେ ସମସ୍ତଙ୍କ ବିଶ୍ବାସ ଜିଣିବା ପରେ ନିଜେ ଏକ ରୂପସଜ୍ଜା ସାମଗ୍ରୀ ବିକ୍ରୟ ସଂସ୍ଥା ଖୋଲିଥିଲା । ପରେ ନିଜକୁ ଏଜେଣ୍ଟ ସଜାଇ ରୂପସଜ୍ଜା ସାମଗ୍ରୀ ନେବାକୁ ଆସୁଥିବା ପାର୍ଲର ମାଲିକାଣୀ ଯେତେ ଟଙ୍କା ଜମା କରିବେ ୧୨ମାସରେ ତାହା ୨ଗୁଣ ହେବ ବୋଲି ଲୋଭ ଦେଖାଉଥିଲା ଏହି ଠକ । ପ୍ରଥମ ଦୁଇଟି କିସ୍ତିର ଲାଭ ଅର୍ଥ ଠିକ୍ ସମୟରେ ସମସ୍ତଙ୍କୁ ଦେଇ ବିଶ୍ବାସ ଜିଣିଥିଲା । କିନ୍ତୁ ପରବର୍ତ୍ତୀ କିସ୍ତି ଦେବାର ନାଁ ଗନ୍ଧ ଧରିଲା ନାହିଁ।