ଓଡିଶା

odisha

ETV Bharat / state

ଯୁବତୀଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ, ଯୁବକ ଗିରଫ - youth-arrested-as-kidnap

ଯୁବତୀଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ। ମୟୂରଭଞ୍ଜ କରଞ୍ଜିଆ ଥାନା ଅଞ୍ଚଳରେ ଲଜ୍ଜାଜନକ ଘଟଣା। ଅଧିକ ପଢନ୍ତୁ....

ଯୁବତୀଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ, ଯୁବକ ଗିରଫ
ଯୁବତୀଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ, ଯୁବକ ଗିରଫ

By

Published : Mar 12, 2020, 10:51 PM IST

ରାଇରଙ୍ଗପୁର: ଜିଲ୍ଲାରେ ପିଛା ଛାଡ଼ୁନି ଅସଦାଚରଣ ଓ ଦୁଷ୍କର୍ମ ପରି ଲଜ୍ଜାଜନକ ଘଟଣା। ପୁଣି ଏପରି ଏକ ଘଟଣା ଗତ 7 ତାରିଖ ଦିନ ଆସିଛି କରଞ୍ଜିଆ ଥାନା ଅଞ୍ଚଳରୁ। ଗତ 29 ତାରିଖ ଦିନ ଜଣେ 18 ବର୍ଷୀୟା ଯୁବତୀ ଘର ନିକଟକୁ ଶୌଚ ପାଇଁ ବାହାରକୁ ଯାଇଥିବା ବେଳେ ବାଦାମପାହାଡ଼ ଅଞ୍ଚଳର ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ତେବେ ଏ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ପିଡୀତାଙ୍କ ପରିବାର ଲୋକେ ଗତ 7 ତାରିଖ ଦିନ ଯୁବତୀ ଏବଂ ଅଭିଯୁକ୍ତ ଯୁବକକୁ ସେଠାରୁ ଉଠାଇ ଆଣି କରଞ୍ଜିଆ ଥାନା ଅଧୀନ ଠାକୁରଝରଣ ଗ୍ରାମରେ ବନ୍ଧକ ରଖି ଅଭିଯୁକ୍ତ ଯୁବକଙ୍କ ପରିବାରକୁ ଖବର ଦେଇଥିଲେ। ପରେ 8 ତାରିଖ ଉଭୟଙ୍କ ପରିବାର ଲୋକେ ଆସି ଗ୍ରାମରେ ଏକ ବୈଠକ କରିଥିଲେ ଏବଂ ବୈଠକରେ ଜାଣିବାକୁ ପାଇଥିଲେ କି ଉକ୍ତ ଯୁବକଙ୍କ ସ୍ତ୍ରୀ ଏବଂ ଦୁଇଟି ଛୁଆ ଅଛନ୍ତି । ଯାହାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖା ଦେଇଥିଲା ।

ଏହାସହ ସେହି ବୈଠକରେ ଏକ ଲକ୍ଷ ତିରିଶ ହଜାର ଟଙ୍କା ଦାବି କରିଥିଲେ ପିଡୀତାଙ୍କ ପରିବାର ଏବଂ ଗ୍ରାମବାସୀ। ଯୁବକଙ୍କ ପରିବାର ଲୋକେ ଟଙ୍କା ନଦେବାରୁ ଉକ୍ତ ଯୁବକଙ୍କ ସ୍ତ୍ରୀ ଏବଂ ତାଙ୍କ ଭଉଣୀଙ୍କୁ ଠାକୁରଝରଣ ଗ୍ରାମରେ ବନ୍ଧକ ରଖି ଟଙ୍କା ମାଗିଥିଲେ। ଏହି ଖବର ଯୁବକଙ୍କ ମାଆ ତାଙ୍କ ବଡ଼ଭାଇଙ୍କୁ କହିବାପରେ ଅଭିଯୁକ୍ତ ଯୁବକଙ୍କ ବଡ଼ଭାଇ ଡିଜିଙ୍କୁ ଟୁଇଟ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ଏହାସହ ତାଙ୍କ ଭାଇ ଏବଂ ଭାଉଜ, ଭଉଣୀଙ୍କୁ ସେଠାରୁ ଉଦ୍ଧାର କରିବା ପାଇଁ ଡିଜିଙ୍କୁ ଗୁହାରି କରିଥିଲେ ।

ଏ ସମ୍ପର୍କରେ ଡିଜିଙ୍କ ଠାରୁ କରଞ୍ଜିଆ ପୋଲିସ ସବିଶେଷ ତଥ୍ୟ ପାଇ କରଞ୍ଜିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲେ। କରଞ୍ଜିଆ ପୋଲିସ ବୁଧବାର ବିଳମ୍ବିତ ରାତିରେ ଉଭୟ ଯୁବତୀ ଓ ଅଭିଯୁକ୍ତ ଯୁବକଙ୍କ ସହିତ ଯୁବକଙ୍କ ସ୍ତ୍ରୀକୁ ମଧ୍ୟ ଥାନାକୁ ଆଣି ପଚରାଉଚରା ଜାରି ରଖିଛି ।

ତେବେ ଘଟଣାର ସତ୍ୟାସତ୍ୟ ଜାଣିବା ପରେ ଯୁବତୀଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଯୁବକ ବିକ୍ରମ କେଶରୀ ମୁର୍ମୁଙ୍କୁ କରଞ୍ଜିଆ ପୋଲିସ ଗିରଫ କରିଛି । ଶୁକ୍ରବାର ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କରଞ୍ଜିଆ ଏସଡିପିଅ ସୂଚନା ଦେଇଛନ୍ତି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details