ରାଇରଙ୍ଗପୁର: ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଆହାରବନ୍ଧ ଗ୍ରାମରେ ।
ସୂଚନା ଅନୁଯାୟୀ ଆହାରବନ୍ଧ ଗ୍ରାମର ଜନୈକ ବିବାହିତା ମହିଳା ଜଣକ ନିଜ ଘରେ ଶୋଇଥିବାବେଳେ ଉକ୍ତ ଗ୍ରାମର ଟୁକୁ ପାତ୍ର ନାମକ ଜନୈକ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ତେବେ ମହିଳା ଜଣକ ଶାଶୁ ଓ ଛୁଆମାନଙ୍କ ସହ ରହୁଥିବାବେଳେ ଏପରି ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି ।