ବାରିପଦା: ପାରିବାରିକ କଳହକୁ କେନ୍ଦ୍ର କରି ବଡଭାଇକୁ ଗୁଳି ମାରିଲା ସାନଭାଇ । ଗୁଳିମାଡରେ ବଡଭାଇ ଗୁରୁତର। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଝରଣାସାହି ଗାଁରେ ।
ସୂଚନା ଅନୁସାରେ ଗାଁର ବୁଦ୍ଧିରାଏ ସିଂ ନିଜ ସ୍ତ୍ରୀ ସହିତ ଚୁଲି ନିକଟରେ ବସିଥିବା ବେଳେ ସନ୍ଧ୍ୟା ସମୟରେ ସାନଭାଇ ଗୁରୁଭା ହଠାତ୍ ସେଠାରେ ପହଞ୍ଚିଥିଲା । କେହି କିଛି ବୁଝିବା ଆଗରୁ ହାତରେ ଧରିଥିବା ଏକ ବନ୍ଧୁକରେ ବଡଭାଇ ବୁଦ୍ଧିରଏ ଉପରକୁ ଗୁଳି ଚଳାଇଥିଲା । ଫଳରେ ବୁଦ୍ଧିରାଏର ପେଟରେ ଗୋଟିଏ ଏବଂ ଗୋଡରେ ଦୁଇଟି ଗୁଳି ବାଜିଛି ।