ଓଡିଶା

odisha

ETV Bharat / state

ଟଙ୍କା ପାଇଁ ପୁଅ ସାଜିଲା ସଇତାନ, ପିଟି ପିଟି ମାଆକୁ କଲା ହତ୍ୟା - murder in mayurbhanj

ଶାବଳରେ ପିଟି ପିଟି ମାଆକୁ ହତ୍ୟା କରିଛି ସଇତାନ ପୁଅ । ଟଙ୍କା ପାଇଁ ଏହି ହତ୍ୟାକାଣ୍ଡ ହୋଇଥିବା କୁହାଯାଉଛି । ଅଧିକ ପଢନ୍ତୁ

young man kills mother for money
ଟଙ୍କା ପାଇଁ ମା'କୁ ହତ୍ୟା

By ETV Bharat Odisha Team

Published : Oct 20, 2023, 9:14 PM IST



ରାଇରଙ୍ଗପୁର: ଶାବଳରେ ପିଟି ପିଟି ମାଆକୁ ହତ୍ୟା କଲା ସଇତାନ ପୁଅ । ମୟୂରଭଞ୍ଜରେ ଘଟିଛି ଏଭଳି ଚାଞ୍ଚଲ୍ୟକର ଘଟଣା । ଘାଗରବେଡା ଥାନା ଅନ୍ତର୍ଗତ ନକ୍ସରା ଗ୍ରାମରେ ଏଭଳି ସ୍ପର୍ଶକାତର ଘଟଣା ଘଟିଛି । ନକ୍ସରା ଗ୍ରାମର ଜଣେ ଯୁବକ ସାମାନ୍ୟ କିଛି ଟଙ୍କା ପାଇଁ ନିଜ ଜନ୍ମ କଲା ମାଆକୁ ଶାବଳରେ ପିଟି ପିଟି ନୃଶଂସ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଆଜି ନକ୍ସରା ଗ୍ରାମର ଫୁଲମଣୀ ଗିରିଙ୍କୁ ତାଙ୍କ ପୁଅ ମିଥୁନ ଗିରି କିଛି ଟଙ୍କା ମାଗିଥିଲେ । ତେବେ ମାଆ ଫୁଲମଣୀ ଟଙ୍କା ଦେଇନଥିବାବେଳେ ମିଥୁନ ସହିତ ତାଙ୍କର ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ପୁଅ ମିଥୁନ ଘରେ ଥିବା ଏକ ଶାବଳ ସାହାଯ୍ୟରେ ନିଜ ମାଆକୁ ପିଟି ପିଟି ହତ୍ୟା କରିଥିଲା ।

ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ସୈତାନ ପୁଅ। ଏହାପରେ ଫୁଲମଣୀଙ୍କୁ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖି ଘାଗରବେଡା ଥାନା ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟଲୋକେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ଏହା ସହିତ ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ ଶାବଳ ଜବତ କରିଛି ପୋଲିସ । ମୃତଦେହକୁ ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଡ଼ାକ୍ତରଖାନାକୁ ପଠାଇ ଦିଆଯାଇଥିବାବେଳେ ଅଭିଯୁକ୍ତ ମିଥୁନକୁ ଗିରଫ କରିଛି ପୋଲିସ। ସେହିପରି ଗତ ସୋମବାର ବିଳମ୍ବିତ ରାତିରେ ମୟୂରଭଞ୍ଜ ଜିଲ୍ଲାରେ ଏହିଭଳି ଆଉ ଏକ ସ୍ପର୍ଶକାତର ଘଟଣା ଘଟିଥିଲା । ଶାବଳରେ ପିଟି ପିଟି ସ୍ତ୍ରୀକୁ ହତ୍ୟା କରିଥିଲା ସଇତାନ ସ୍ବାମୀ।

ଏହା ବି ପଢନ୍ତୁ...4 ମାସ ତଳେ ଅପହରଣ କରି ବିବାହ କରିଥିଲେ, ମାରିକି ପୋଡି ଦେଲେ ଶାଶୁଘର !

ସୋମବାର ବିଳମ୍ବିତ ରାତିରେ ରାଜୁ ଭକ୍ତା ନାମକ ଜଣେ ବ୍ୟକ୍ତି ସ୍ତ୍ରୀ ଲକ୍ଷ୍ମୀଙ୍କୁ ଏକ ଶାବଳରେ ଛେଚି ଛେଚି ହତ୍ୟା କରିଥିଲା। ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବଚସାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିଲା । ବିଳମ୍ବିତ ରାତିରେ ଶୋଇଥିବା ଅବସ୍ଥାରେ ସ୍ତ୍ରୀ ଲକ୍ଷ୍ମୀର ମୁଣ୍ଡରେ ଏକ ଶାବଳ ସାହାଯ୍ୟରେ ଶକ୍ତ ପ୍ରହାର କରିଥିଲା ରାଜୁ । ଫଳରେ ଘଟଣାସ୍ଥଳରେ ହିଁ ଲକ୍ଷ୍ମୀଙ୍କ ଜୀବନ ଯାଇଥିଲା । ସକାଳୁ ବିଛଣାରେ ଲକ୍ଷ୍ମୀଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖିବାକୁ ପାଇ ଘଟଣା ସମ୍ପର୍କରେ ଅଭିଯୁକ୍ତ ରାଜୁର ସମ୍ପର୍କୀୟ ମୋରୋଡା ଥାନା ପୋଲିସକୁ ଖବର ଦେଇଥିଲେ। ଖବର ପାଇ ମୋରୋଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତ ରାଜୁ ଭକ୍ତାକୁ ଗିରଫ କରିଥିଲା।

ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details