ରାଇରଙ୍ଗପୁର:ରୋଗୀକୁ ଇଞ୍ଜେକ୍ସନ ଦେଉଥିଲେ ଷ୍ଟାଫ ନର୍ସ । ପଛରୁ ହାତକୁ ଭିଡି ନର୍ସଙ୍କ ମଥାକୁ ଚୁମ୍ବନ ଦେଲା ରୋଗୀ ।ଏଭଳିନିନ୍ଦନୀୟ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଥାନା ଅଞ୍ଚଳରୁ । ନର୍ସଙ୍କ ଅଭିଯୋଗ ପରେ ଯୁବକଙ୍କୁ ଗିରଫ କଲା କରଞ୍ଜିଆ ଥାନା ପୋଲିସ ।
ଖବରଅନୁସାରେ, ଗୁରୁବାର ପ୍ରାୟ ରାତି ୮ ରୁ ୯ ଘଟିକା ସମୟ ମଧ୍ୟରେ କରଞ୍ଜିଆ ଅଞ୍ଚଳର ରହିତ ଦାସ ଅଧିକାରୀ ଔରଫ ଗୁଡୁ ଚିକିତ୍ସା ହେବା ପାଇଁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ଆସିଥିଲେ । ତେବେ ସେଠାରେ ଚିକିତ୍ସା କରୁଥିବା ଜନୈକ ଷ୍ଟାଫ୍ ନର୍ସକୁ ଅଶାଳୀନ ବ୍ୟବହାର କରିବା ସହିତ ତାଙ୍କ ମଥାରେ ଚୁମ୍ବନ ଦେଇଥିଲେ । ତେବେ ଏହି ଘଟଣାକୁ ନେଇ ଗତକାଲି(ଶୁକ୍ରବାର) କରଞ୍ଜିଆ ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ ନର୍ସ । ଅଭିଯୋଗ ଆଧାରରେ କରଞ୍ଜିଆ ଥାନା ପୋଲିସ ତଦନ୍ତ କରିବା ସହିତ ଅଭିଯୁକ୍ତ ରହିତ ଦାସ ଅଧିକାରୀଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଥିଲେ ।